fbpx

ମାତ୍ର ୯ ଟଙ୍କାରେ ମିଳିବ ବିମାନ ଟିକେଟ: ଜାଣନ୍ତୁ ଏୟାରଲାଇନ୍ସର ଏହି ଅଫର

ନୂଆଦିଲ୍ଲୀ: ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତ ଆପଣଙ୍କ ପାଇଁ ଏୟାରଲାଇନ୍ସ କମ୍ପାନୀ ଆଣିଛି ଦମଦାର ଅଫର । ଏଣିକି ମାତ୍ର ୯ ଟଙ୍କାରେ ଆପଣ କରିପାରିବେ ଅନ୍ତର୍ଜାତୀୟ ବିମାନ ଯାତ୍ରା । ଭାରତରୁ ଭିଏତନାମା ପର୍ଯ୍ୟନ୍ତ ବିମାନ ଯାତ୍ରା ପାଇଁ ଆପଣଙ୍କୁ ମାତ୍ର ୯ଟଙ୍କା ହିଁ ଖର୍ଚ୍ଚ କରିବାକୁ ପଡିବ । ଯାତ୍ରୀମାନଙ୍କ ପାଇଁ ଏଭଳି ଏକ ଅଦ୍ଭୁତ ଏକ ଦମଦାର ଅଫର ନେଇ ଆସିଛି ଭିଏତଜେଟ ଏୟାରଲାଇନ କମ୍ପାନୀ ।

ଏ କଥାଟି ଆପଣଙ୍କୁ ମିଛ ଲାଗିପାରେ, କିନ୍ତୁ ଯାତ୍ରୀମାନଙ୍କୁ ଭିଏତଜେଟ ଏହି ଅଫର ପ୍ରଦାନ କରିଛି । ତେବେ ଏହି ଅଫର ମାତ୍ର ସୀମିତ ସମୟ ପାଇଁ ଉପଲବ୍ଧ ରହିଛି । ଅଗଷ୍ଟ ୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଅଫର ଜାରି କରିଛି ଭିଏତଜେଟ । ତେବେ ପ୍ରତ୍ୟେକ ଦିନ ଏହି ଅଫରର ଫାଇଦା ଉଠାଯାଇ ପାରିବ ନାହିଁ । ଅଗଷ୍ଟ ୪-୨୬ ତାରିଖ ମଧ୍ୟରେ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ମଧ୍ୟରୁ କୌଣସି ଦିନ ଯଦି ଆପଣ ଟିକେଟ ବୁକ କରିବେ, ତେବେ ଏହାର ଫାଇଦା ଉଠାଇ ପାରିବେ ।

ଭିଏତଜେଟର ସୂଚନା ଅନୁଯାୟୀ, ଭାରତରୁ ଭିଏତନାମା ପାଇଁ କମ୍ପାନୀ ମୋଟ ୩୦ ହଜାର ପ୍ରମୋସନାଲ ଟିକେଟ ପ୍ରଦାନ କରୁଛି । ତେବେ ଏହି ଟିକେଟ ଗୁଡିକର ଦାମ୍ ୯ ଟଙ୍କାରୁ ଆରମ୍ଭ ହୋଇଛି । ଏଥିପାଇଁ ଆସନ୍ତା ଅଗଷ୍ଟ ୧୫ରୁ ଆସନ୍ତାବର୍ଷ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ପାଇଁ ଟିକେଟ ବୁକ କରିପାରିବେ ଯାତ୍ରୀ । ଅଗଷ୍ଟ ୪ ତାରିଖରୁ ୨୬ ମଧ୍ୟରେ ପ୍ରତ୍ୟେକ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ଟିକେଟ ବୁକିଂ ଉପରେ ପ୍ରମୋସନାଲ ଟିକେଟ ହାସଲ କରିପାରିବେ ।

ଭିଏତଜେଟ ବିମାନ ଭାରତ ଏବଂ ଭିଏତନାମା ମଧ୍ୟରେ ମୋଟ ୧୭ଟି ରୁଟକୁ ଡାଇରେକ୍ଟ ଫ୍ଲାଇଟ ଅପରେଟ କରିବ । ଏହାସହିତ ଭାରତର ମୁଖ୍ୟ ଡେଷ୍ଟିନେସନ ଦକ୍ଷିଣ ପୂର୍ବ ଏସିଆ (ବାଲି, ବ୍ୟୋଙ୍ଗକକ୍, ସିଙ୍ଗାପୁର, କୁଆଲାଲଂପୁର), ପୂର୍ବୋତ୍ତର ଏସିଆ(ସିୟୋଲ, ବୁସାନ, ଟେକିଓ, ଓସାକା, ତାଇପେ) ଏବଂ ଏସିଆ ପ୍ରଶାନ୍ତ ସହିତ ଯୋଡିହେବା ପାଇଁ ଚିନ୍ତା କରୁଛି । ଏ ନେଇ ଭିଏତଜେଟ କମ୍ପାନୀର କମର୍ସିଆଲ ଡାଇରେକ୍ଟର ଜୟ.ଏଲ ଲିଙ୍ଗେଶ୍ୱର ଏକ ପ୍ରେସ କନଫରେନ୍ସରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.