fbpx

ଲକ୍-ଡାଉନ୍ ହଟିବାର ଯେକୌଣସି ମୁହୂର୍ତ୍ତରେ ଖୋଲିବ ବିମାନବନ୍ଦର

ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଜାରି ରହିଛି, ଯାହାର ପ୍ରଭାବରେ ବିମାନଠାରୁ ଆରମ୍ଭ କରି ବସ୍, ଟ୍ରେନ୍ ଚଳାଚଳ ଠପ୍ ହୋଇ ପଡିଛି । ଏହାରି ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିମାନବନ୍ଦର ପ୍ରସ୍ତୁତ ରଖିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏହି ବୈଠକ ବସିଥିଲା । ବୈଠକ ପରେ ବିମାନ ନିର୍ଦ୍ଦେଶକ ଭିବି ରାଓ କହିଛନ୍ତି ଯେ, ଲକ୍-ଡାଉନ୍ ହଟିବାର ଯେକୌଣସି ମୁହୂର୍ତ୍ତରେ ବିମାନବନ୍ଦର ଖୋଲିବ । ବିମାନ ଉଡାଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଯେତେବେଳେ ଉପରୁ ନିର୍ଦ୍ଦେଶ ଆସିବ, ସେତେବେଳେ ଆରମ୍ଭ କରିବୁ ।’ ତେବେ ଖୁବଶୀଘ୍ର ବିମାନ ସେବା ମେଟ୍ରୋ ସହର ଓ ରାଜ୍ୟର ରାଜଧାନୀ ଗୁଡିକରେ ଆରମ୍ଭ ହେବ । ବିମାନ ଭିତରେ ସାମାଜିକ ଦୂରତା ସହ ହ୍ୟାଣ୍ଡ ସାନିଟାଇଜର ଓ ବିଭିନ୍ନ ଦିଗରେ ଧ୍ୟାନ ଦିଆଯିବ ।

Get real time updates directly on you device, subscribe now.