fbpx

ଏୟାରଟେଲ୍ ଗ୍ରାହକଙ୍କୁ ଝଟକା! ୨୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେଲା ପୋଷ୍ଟପେଡ୍ ପ୍ଳାନ୍

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସବୁଠୁ ବଡ଼ ଟେଲିକମ ଅପରେଟର ଭାରତୀ ଏୟାରଟେଲ୍ ୟୁଜର୍ସଙ୍କୁ କିଛି ବଢ଼ିଆ ପୋଷ୍ଟପେଡ୍ ପ୍ଲାନ୍ ଦେଇଥାଏ । କମ୍ପାନୀ କେବଳ ପ୍ରିପେଡ ପ୍ଲାନର ଟାରିଫ୍ ବଢ଼ାଇଥିବବେଳେ, ଏବେ କିନ୍ତୁ ପୋଷ୍ଟପେଡ ପ୍ଲାନ୍ ର ଦାମ୍ ମଧ୍ୟ ବଢ଼ାଇବାକୁ ଯାଉଛି ।

କିଛି ସପ୍ତାହ ତଳେ ଏୟାରଟେଲ ଏକ ନୂଆ ପ୍ଲାନ ପୋଷ୍ଟପେଡ୍ ପ୍ଲାନ ଆଣିଥିଲା, ଯାହାର ଦାମ୍ ୧୧୯୯ ଟଙ୍କା ରହିଛି । ପ୍ରକୃତରେ ଏୟାରଟେଲ୍ ୯୯୯ ଟଙ୍କାର ପ୍ଲାନକୁ ୧୧୯୯ ଟଙ୍କା କରିଦେଇଛି ।

ଭାରତୀ ଏୟାରଟେଲ୍ ୟୁଜର୍ସଙ୍କୁ ଏହି ୧୧୯୯ ପ୍ଳାନରେ ୨୦୦ ଜିବି ପର୍ଯର୍୍ୟନ୍ତ ଡାଟା ରୋଲଓଭର ସହ ପ୍ରତ୍ୟେକ ଆଡ୍ ଅନ୍ କନେକ୍ସନ ପାଇଁ ୧୫୦ ଜିବି ମାସିକ ଡାଟା+୩୦ ଜିବି ଆଡ ଅନ୍ ଡାଟା ଦେଇଥାଏ । ଏହି ପ୍ଲାନରେ ୟୁଜର୍ସ ପରିବାର ସଦସ୍ୟଙ୍କ ପାଇଁ ଦୁଇ ମାଗଣା ଆଡ ଅପ୍ ନିୟମିତ ଭଏସ କଲିଂ କନେକ୍ସନ ନେଇପାରିବେ । ଏହି ପ୍ଲାନ ସହ ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ପ୍ରତିଦିନ ମିଳିଥାଏ । ଏହାସହ ପ୍ଲାନରେ ଗ୍ରାହକଙ୍କୁ ଏୟାରଟେଲ ଥ୍ୟାଙ୍କସ ପ୍ଲାଟିନମ୍ ରିୱାର୍ଡ ଅନୂଯାୟୀ ନେଟଫ୍ଲିକ୍ସ ମାସିକ ସଦସ୍ୟତା, ଛଅ ମାସ ପାଇଁ ଆମାଜନ ପ୍ରାଇମ୍ ସଦସ୍ୟତା ଏବଂ ଡିଜନୀ ପ୍ଲସ୍ ହଟଷ୍ଟାର ମୋବାଇଲ ପ୍ଲାନ, ୱିଙ୍କ୍ ପ୍ରିମିୟମ୍ ଏବଂ ଆହୁରି ଅନେକ ବେନିଫିଟ୍ ମିଳିଥାଏ । ଏହି ସବୁ ସୁବିଧା ପୂର୍ବରୁ ୯୯୯ ଟଙ୍କାର ପୋଷ୍ଟପେଡ୍ ପ୍ଳାନ୍ ସହ ମିଳୁଥିଲା ।

ଯଦି ଆଜି ଆପଣ ୯୯୯ ଟଙ୍କା ପ୍ଲାନ୍ ନେଉଛନ୍ତ ତେବେ ଆପଣଙ୍କୁ ୧୦୦ ଜିବି ଡାଟା (ପ୍ରତ୍ୟେକ ଆଡ ଅନ୍ କନେକ୍ସନ ପାଇଁ), ୨୦୦ ଜିବି ଡାଟା ପର୍ଯ୍ୟନତ ରୋଲଓଭର ସହ ୧୦୦ ଜିବି ମାସିକ ଡାଟା, ଅସୀମିତ ଭଏସ କଲିଂ ଏବଂ ୧୦୦ ଏସଏମଏସ ପ୍ରତିଦିନ ଭଳି ବେନିଫିଟ୍ ମିଳିବ । ଏହା ସହ ପ୍ଲାନରେ ଏୟାରଟେଲ ଥାଙ୍କସ ପ୍ଲାଟିନମ ବେନିଫିଟ୍ ମଧ୍ୟ ମିଳିବ । ଏହି ପ୍ଲାନ୍ ସହ ଦୁଇ ଆଡ୍ ଅନ୍ କନେକ୍ସନ ମଧ୍ୟ ମିଳିପାରିବ ।

Get real time updates directly on you device, subscribe now.