fbpx

ରାଜମୌଲିଙ୍କ ଫିଲ୍ମରେ ନଜର ଆସିବେ ଐଶ୍ୱର୍ଯ୍ୟା, ଅଗାମୀ ଫିଲ୍ମ ପାଇଁ ଏକ୍ସାଇଟେଡ ଅଛନ୍ତି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । କେତେବେଳେ ଐଶ୍ୱର୍ଯ୍ୟାଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ ଭାଇରାଲ୍‌ ହୁଏ ତ ଆଉ କେବେ ତାଙ୍କ ବୟାନକୁ ନେଇ ସେ ଚର୍ଚ୍ଚାରେ ରହନ୍ତି । କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜର ସୁନ୍ଦରତା ଓ ଦକ୍ଷତାକୁ ନେଇ ସମସ୍ତଙ୍କ ହୃଦୟ ଜିତିଥିବା ଐଶ୍ୱର୍ଯ୍ୟାଙ୍କୁ ଦର୍ଶକମାନେ ପୁଣି ଥରେ ବଡ଼ ପରଦାରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ଏହା ମଧ୍ୟରେ ଖବର ଆସୁଛି ଯେ ଆରଆରଆର ଓ ବାହୁବଳୀ ସିନେମାର ନିର୍ଦ୍ଦେଶକ ଏସ୍‌.ଏସ୍‌ ରାଜମୌଲିଙ୍କ ଆଗାମୀ ସିନେମାରେ ଐଶ୍ୱର୍ଯ୍ୟା ଅଭିନୟ କରିାରନ୍ତି ।

ବଲିଉଡର ଜଣାଶୁଣା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ରାଜମୌଲିଙ୍କ ଫିଲ୍ମରେ କାମ କରିପାରନ୍ତି । ରାଜମୌଲି ଆରଆରଆର, ବାହୁବଳୀ ଭଳି ଅନେକ ବ୍ଲକବଷ୍ଟର ସିନେମା ଦର୍ଶକମାନଙ୍କୁ ଭେଟି ଦେଇଛନ୍ତି । ରାଜମୌଲି ବହୁତ ଶୀଘ୍ର ଐଶ୍ୱର୍ଯ୍ୟାଙ୍କୁ ନେଇ ଏକ ସିନେମା ତିଆରି କରିବେ ବୋଲି ଚର୍ଚ୍ଚା ହେଉଛି । ଏହି ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ପ୍ରଶଂସକ ବହୁତ ଖୁସି ଅଛନ୍ତି । ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକ ତାଙ୍କୁ ରାଜମୌଲିଙ୍କ ଚଳଚ୍ଚିତ୍ରରେ ଦେଖିବା ପାଇଁ ବହୁତ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

ଐଶ୍ୱର୍ଯ୍ୟା ରାୟଙ୍କୁ ଦର୍ଶକମାନେ ଖୁବଶୀଘ୍ର ‘ପୋନ୍ନିୟିନ ସେଲବନ’ ସିନେମାରେ ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ର ଦୁଇଟି ପାର୍ଟରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ମନ୍ଦାକିନି ଓ ନନ୍ଦିନୀ ଭୂମିକାର ଡବଲ୍‌ ରୋଲ୍‌ କରିବେ । ଏହି ଫିଲ୍ମକୁ ନେଇ ଐଶ୍ୱର୍ଯ୍ୟା କହିଛନ୍ତି ‘ମୁଁ ମଣିରତ୍ନମ ସାରଙ୍କ ଫିଲ୍ମରେ କାମ କରିବା ପାଇଁ ବହୁତ ସାହସ ଏକ୍ସାଇଟେଡ ଅଛି କିନ୍ତୁ ଏହା ଦ୍ୱାରା ମୋର ଧ୍ୟାନ ମୋର ପରିବାର ଓ ଆରାଧ୍ୟା ଉପରୁ ହଟିବ ନାହିଁ । ମୋର ପରିବାର ଓ ଝିଅ ଏବେ ମଧ୍ୟ ମୋର ପ୍ରଥମ ପ୍ରାଥମିକତା । ଏହା ପରେ ଐଶ୍ୱର୍ଯ୍ୟା ସୁରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର ଥଲାଇବାର ୧୬୯ରେ ନଜର ଆସିବେ ।

Get real time updates directly on you device, subscribe now.