fbpx

ନିଜ ଅଲ ଟାଇମ IPL ୧୧ ବାଛିଲେ ଅଜିତ ଅଗରକର: କିନ୍ତୁ ଭାରତର ଏହି ମହାନ ଖେଳାଳିଙ୍କୁ ଦଳରେ ଦେଲେନି ସ୍ଥାନ

ନୂଆଦିଲ୍ଲୀ: ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ଏବେ IPL 2022 ଉପରେ । ଏହି ସମୟରେ ନିଜ ବେଷ୍ଟ IPL ୧୧ ବାଛିଛନ୍ତି ଇଣ୍ଡିଆନ କ୍ରିକେଟର ଧୁରନ୍ଧର ବୋଲର ଅଜିତ ଅଗରକର । କିନ୍ତୁ ଏହି ଟିମର ନେତୃତ୍ୱ ନେଉଛନ୍ତି ଏମିତି ଜଣେ ଖେଳାଳି ଯିଏ ଆଜି ପର୍ଯ୍ୟନ୍ତ କୌଣସି ସିଜନରେ ଟ୍ରଫି ହାସଲ କରି ପାରିନାହାନ୍ତି । ସେପଟେ ଲିଗର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ଦଳରେ ସ୍ଥାନ ଦେଇ ନାହାନ୍ତି ଅଗରକର । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଅଜିତ ଅଗରକରଙ୍କ IPL ଦଳ ।

Watch video: Having played his last ODI in Ranchi, MS Dhoni hopes to play  final T20 in Chennai

ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ୟୁନିଭର୍ସ ବସ କ୍ରିସ ଗେଲ ସ୍ଥାନ ପାଇଥିବା ବେଳେ ତାଭ୍କ ସହ ବିରେନ୍ଦ୍ର ସେହୱାଗଙ୍କୁ ଦଳରେ ସାମିଲ କରିଛନ୍ତି ଅଜିତ । ଏହାପରେ ୩ ନମ୍ବରରେ ମିଷ୍ଟର ସୁରେଶ ରାଇନାଙ୍କୁ ସ୍ଥାନ ମିଳିଛି ଏବଂ ଚତୁର୍ଥରେ ରହିଛନ୍ତି ବିରାଟ କୋହଲି । ତେବେ ଅଜିତଙ୍କ ଏହି ଦଳର ନେତୃତ୍ୱଭାର ସେ ବିରାଟଙ୍କୁ ଦେଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ରୋହିତ କିମ୍ବା ଧୋନୀଙ୍କ ବଦଳରେ କୋହଲି ଅଧିନାୟକ ପାଲଟିଛନ୍ତି । ଯିଏ ଆଜି ପର୍ଯ୍ୟନ୍ତ IPL ଲିଗରେ ବିଜୟ ହୋଇ ପାରିନାହିଁ । ଏହାପରେ ମଧ୍ୟକ୍ରମରେ ରୋହିତ ଶର୍ମା ଏବଂ ଏବି ଡିଭିଲିୟର୍ସଙ୍କୁ ସ୍ଥାନ ଦେଇଛନ୍ତି । ତେବେ ପେସ ବୋଲିଂ ଭାର ୟର୍କର କିଙ୍ଗ ଲାସିଥ ମାଲିଙ୍ଗା, ଆଶିଷ ନେହେରା ଏବଂ ଭୁବନେଶ୍ୱର କୁମାରଙ୍କ ଉପରେ ରହିଛି । ସେହିପରି ସ୍ପିନର ତାଲିକାରେ ରହିଛନ୍ତି ସୁନୀଲ ନାରାୟଣ ଏବଂ ହରଭଜନ ସିଂହ । ତେବେ ଆଶ୍ଚର୍ଯ୍ୟର କଥା ୨୦୨୦ ସିଜନ ବ୍ୟତୀତ ପ୍ରତ୍ୟେକ ଥର ପ୍ଲେଅଫରେ ପହଞ୍ଚିଥିବା ଚେନ୍ନାଇର ଅଧିନାୟକ ଧୋନୀଙ୍କୁ ଦଳରେ ସ୍ଥାନ ଦେଇ ନାହାନ୍ତି ଅଗରକର । ଧୋନୀଙ୍କ ନେତୃତ୍ୱରେ ୪ ଥର ଚମ୍ପିଆନ ମୁକୁଟ ପିନ୍ଧିଛି ସିଏସକେ ।

ଅଜିତ ଅଗରକରଙ୍କ IPL ଦଳ

କ୍ରିସ ଗେଲ, ବିରେନ୍ଦ୍ର ସେହୱାଗ, ସୁରେଶ ରାଇନା, ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଏବି ଡିଭିଲିୟର୍ସ, ସୁନୀଲ ନାରାୟଣ, ହରଭଜନ ସିଂହ, ଭୁବନେଶ୍ୱର କୁମାର, ଲାସିଥ ମାଲିଙ୍ଗା ଏବଂ ଆଶିଷ ନେହେରା ।

Get real time updates directly on you device, subscribe now.