fbpx

ଆରପାରିରେ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ

ଭୁବନେଶ୍ୱର , ୧୪ ।୪ (ଓଡିଶା ଭାସ୍କର)  : ଆରପାରିରେ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ । କରୋନାରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୧୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏନେଇ ହସ୍ପିଟାଲର ଲୋକ ସମ୍ପର୍କ ଅଧିକାରୀ ସୁଚନା ଦେଇଛନ୍ତି । ସେ ୭ ତାରିଖରେ ଅସୁସ୍ଥ ହୋଇଥିଲେ ଏବଂ ନିଜର କରୋନା ଚିକିତ୍ସା କରାଇଥିଲେ । ଏହାପରେ ୧୦ ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀଙ୍କର ଏପରି ଭାବରେ ମୃତ୍ୟୁ ହେବା ଦଳର ପ୍ରଚାରରେ ନିଶ୍ଚୟ ପ୍ରଭାବ ପକାଇବ ।

ସୁଚନା ଯେ, ଅଜିତ୍ ମଙ୍ଗରାଜଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା ଏବଂ ସେ ହସ୍ପିଟାଲ ଆଇସିୟୁରେ ଥିଲେ । ଆଜି ସକାଳେ ତାଙ୍କର ଅକ୍ସିଜେନ୍ ଲେବଲ୍ ୩୦ରୁ ୪୦ ଲେବଲ୍ କୁ ଆସିଯାଇଥିଲା । ନିର୍ବାଚନକୁ ଦୁଇ ଦିନ ଥିବା ବେଳେ ତାଙ୍କର ଏପରି ମୃତ୍ୟୁ ହେବା ଦ୍ୱାରା କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଏନେଇ ଦୁଃଖ ପ୍ରକାଶ କରି କଂଗ୍ରେସ ନେତା ଶ୍ରୀଯୁକ୍ତ ପ୍ରଦୀପ ମାଝି କହିଛନ୍ତି ଯେ, ତାଙ୍କ ମୃତ୍ୟୁ କିଛିକାଂଶରେ ସେମାନେ ମଧ୍ୟ ଦାୟୀ କାରଣ ନିର୍ବାଚନ ବେଳେ କରୋନା ନିୟମ ଠିକ୍ ଭାବରେ ପାଳନ କରିନଥିଲେ । ଆଉ ସେଥିପାଇଁ ତାଙ୍କର ଆଜି ମୃତ୍ୟୁ ହୋଇଛି । ତେଣୁ ପିପିଲି ନିର୍ବାଚନ ବାତିଲ ହୋଇପାରେ ବୋଲି ସେ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ ହସ୍ପିଟାଲରେ ପହଞ୍ଚିଛନ୍ତି । ଏହା ହେଉଛି ଓଡିଶା ପାଇଁ ବଡ କ୍ଷତି । ଏହା ବିଶ୍ୱାସ ନ କରିବା ଭଳି ଖବର ।

କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଦୁଃଖ ପ୍ରକାଶ କରି କହିଛନ୍ତି, ପ୍ରଥମ ଥର ପାଇଁ ଏହିପରି ଭାବେ କୌଣସି ନେତାଙ୍କ ନିର୍ବାଚନ ସମୟରେ ମୃତ୍ୟୁ ହୋଇଛି । ତେଣୁ ସମ୍ପୂର୍ଣ୍ଣ ଦଳରେ ଦୁଃଖର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.