ଦିଲ୍ଲୀ ବିମାନ ବନ୍ଦର ରନୱେରେ ଦୁଇ ବିମାନ ମଧ୍ୟରେ ଧକ୍କା: ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଦିଲ୍ଲୀରେ ଟଳିଲା ବଡ଼ ଅଘଟଣ ; ସ୍ପାଇସ୍ ଜେଟ୍-ଆକାଶା ଏୟାର ମଧ୍ୟରେ ଧକ୍କା

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଘଟଣ ଘଟିଛି। ରନୱେରେ ସ୍ପାଇସ୍ ଜେଟ୍ (SpiceJet) ଏବଂ ଆକାଶା ଏୟାର (Akasa Air) ବିମାନ ମଧ୍ୟରେ ଏକ ସାମାନ୍ୟ ଧକ୍କା ହୋଇଛି।

ଏହି ଘଟଣାଟି ଦିନ ପ୍ରାୟ ୨:୧୫ ସମୟରେ ଟର୍ମିନାଲ୍-୧ ନିକଟରେ ଘଟିଥିଲା। ସେହି ସମୟରେ ଆକାଶା ଏୟାର ବିମାନଟି ଉଡ଼ାଣ ପାଇଁ ବାହାରୁଥିଲା ଏବଂ ସ୍ପାଇସ୍ ଜେଟ୍ ବିମାନଟି ଅବତରଣ ପରେ ନିଜ ଷ୍ଟାଣ୍ଡ୍ ଆଡ଼କୁ ଯାଉଥିଲା। ଆକାଶା ଏୟାର ବିମାନ (QP-1406) ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ସ୍ପାଇସ୍ ଜେଟ୍ ବିମାନ (SG-124) ଲେହ୍‌ରୁ ଆସି ପହଞ୍ଚିଥିଲା।

ଏହି ଦୁର୍ଘଟଣା ବିଷୟରେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ସୂଚନା ଦିଆଯାଇଛି।