ବ୍ରେକ୍ଅପ୍ ପରେ ପ୍ରଥମ ଥର ପାଇଁ ପବନ ସିଂହଙ୍କୁ ପ୍ରଶଂସା କଲେ ଅକ୍ଷରା
ଅକ୍ଷରା କହିଥିଲେ, ମୁଁ କାହା ବିଷୟରେ ଖରାପ କହିବାକୁ ଚାହେଁନି। କାହାର କ୍ଷତି ମଧ୍ୟ ଚାହେଁନି।
ମୁମ୍ବାଇ: ବ୍ରେକ୍ଅପ୍ ପରେ ଭୋଗପୁରୀ ଅଭିନେତା ପବନ ସିଂହ ଓ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ କେବେ ଏକାଠୀ ଦେଖିବାକୁ ମିଳିନି। ଉଭୟ ପରସ୍ପର ନାଁ ଶୁଣିଲେ ଚିହିଁକି ପଡ଼ୁଥିଲେ। ତେବେ ହଠାତ୍ କ’ଣ ଏମିତି ଘଟଣା ପବନ ସିଂହଙ୍କୁ ପ୍ରଶଂସା କରିଛନ୍ତି ଅଭିନେତ୍ରୀ ଅକ୍ଷରା ସିଂହ? ଯାହା ଅକ୍ଷରାଙ୍କ ପ୍ରଶଂସକଙ୍କୁ ବିଶ୍ମିତ କରିଛି।
ନିକଟରେ ଏକ କାର୍ଯ୍ୟକ୍ରମରେ ଅକ୍ଷରା ସିଂହ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପବନ ସିଂହ ଏମଏଲସି ହେବା ପରେ ତାଙ୍କୁ ନେଇ ଅକ୍ଷରା ସିଂହଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ଯାହାର ଉତ୍ତରରେ ଅକ୍ଷରା କହିଥିଲେ, ମୁଁ କାହା ବିଷୟରେ ଖରାପ କହିବାକୁ ଚାହେଁନି। କାହାର କ୍ଷତି ମଧ୍ୟ ଚାହେଁନି। ଭଗବାନ କରନ୍ତୁ ସେ ଏହାଠାରୁ ମଧ୍ୟ ବଡ଼ ପଦବୀରେ ପହଞ୍ଚନ୍ତୁ। ଲଗାତାର ଭଲ କାମ କରନ୍ତୁ ବୋଲି ଅକ୍ଷରା କହିଛନ୍ତି।
Uttarakhand Govt.
ଅକ୍ଷରା ସିଂହଙ୍କ ଏହି ଉଦାର ମନୋଭାବକୁ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କର ଖୁବ ପ୍ରଶଂସା କରିଛନ୍ତି। ଅନେକଙ୍କ ମତରେ ଅକ୍ଷରା ପୁରୁଣା କଥାକୁ ଭୁଲି ଜୀବନରେ ଆଗକୁ ବଢ଼ି ଯାଇଛନ୍ତି।
କାମକୁ ନେଇ ବ୍ୟସ୍ତ ଅକ୍ଷରା: କିଛି ଦିନ ତଳେ ମୁକ୍ତିଲାଭ କରିଥିବା ଫିଲ୍ମ ‘ୱେଲକମ ଟୁ ଦ ଜଙ୍ଗଲ’ରେ ଅକ୍ଷରା ସିଂହଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ଏକ ଜବରଦସ୍ତ ଆଇଟମ୍ ଡ୍ୟାନ୍ସ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ସଫଳ ହୋଇଛି।
ଏହାଛଡ଼ା ଅକ୍ଷରା ସିଂହଙ୍କ ହାତରେ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ଇଥା’ ଫିଲ୍ମ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରରେ ମଧ୍ୟ ଅକ୍ଷରାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମଟି ଅଗଷ୍ଟ ମାସରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।
ଭୋଗପୁରୀ ଅଭିନେତା ପବନ ସିଂହଙ୍କ ନାଁ ଅଭିନେତ୍ରୀ ଅକ୍ଷରା ସିଂହଙ୍କ ସହ ଯୋଡ଼ି ହୋଇଯାଇଥିଲା। ଉଭୟ ପରସ୍ପରକୁ ପ୍ରେମ କରୁଥିବା ଶୁଣିବାକୁ ମିଳୁଥିଲା। ଏପରିକି ଉଭୟ ବିବାହ କରିଥିବା ମଧ୍ୟ କୁହାଯାଉଥିଲା। ତେବେ ଦୁଇ ବର୍ଷ ତଳେ ଏହି ପ୍ରେମପକ୍ଷୀ ଚର୍ଚ୍ଚାକୁ ଆସିଥିଲେ। ଆଉ ଉଭୟଙ୍କର ବ୍ରେକ୍ଅପ୍ ହୋଇଥିଲା। ତା’ପରେ ପବନ ସିଂହଙ୍କ ଉପରେ ବର୍ଷିଥିଲେ ଅକ୍ଷରା।

