fbpx

୩୬୦୦ ଡାନ୍ସରଙ୍କ ପାଇଁ ଏକ ମାସର ରାସନ ସାମଗ୍ରୀର ବ୍ୟବସ୍ଥା କଲେ ଅକ୍ଷୟ କୁମାର

ମୁମ୍ବାଇ : ଦେଶରେ କରୋନା ମହମାରୀର ଦ୍ୱିତୀୟ ଲହର ଜାରି ରହିଛି । ଖାଲି କରୋନା ନୁହେଁ ବର୍ତ୍ତମାନ ଆଉ ଏକ ମହାମାରୀର ମଧ୍ୟ ସାମନା କରୁଛି ଭାରତ । ଯାହା ହେଲା ବ୍ଲାକ୍ ଫଙ୍ଗସ୍ । ଏହି ଭଳି ପରିସ୍ଥିତିର ସାମନା କରି ନପାରି କିଛି ଆକ୍ରାନ୍ତ ଅସମୟରେ ପ୍ରାଣ ହରାଉଛନ୍ତି । ଏହି ମୁହୁର୍ତ୍ତରେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ବଲିଉଡ୍ ତଥା ସାଉଥ୍ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ଆଗେଇ ଆସିଛନ୍ତି । ଏହା ମଧ୍ୟରେ ଅଭିନେତା ଅକ୍ଷୟ କୁମାର ପୁଣିଥରେ ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି । ତେବେ ଏଥର ସେ ଗଣେଶ ଆଚାର୍ଯ୍ୟ ଫାଉଣ୍ଡେସନ୍ ର ସମସ୍ତ ରେଜିଷ୍ଟରଡ୍ ଡାନ୍ସର୍ ମାନଙ୍କ ପାଇଁ ଏକ ମାସର ରାସନ୍ ସାମଗ୍ରୀର ବ୍ୟବସ୍ଥା କରିଛନ୍ତି ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ଆଗରୁ ମଧ୍ୟ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଦେଖାଦେଇଥିବା ସମୟରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ କନସେନଟ୍ରେଟର୍ ର ବ୍ୟବସ୍ଥା କରିଥିଲେ । ଏହାସହ ଗୌତମ୍ ଗମ୍ଭୀର ଫାଉଣ୍ଡେସନରେ ମଧ୍ୟ ନିଜର ଯୋଗଦାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଫାଉଣ୍ଡେସନ୍ କୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଉ ଏବେ ଡାନ୍ସର୍ ମାନଙ୍କୁ ସାହାଯ୍ୟ କରିବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ।

ସୂଚନାଯେ, ଗଣେଶ ଆଚାର୍ଯ୍ୟ, ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମରେ କୋରିଓଗ୍ରାଫୀ କରୁଛନ୍ତି । ତେଣୁ ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଖୁବ୍ ଭଲ ହୋଇଯାଇଛି । ତେଣୁ ଅକ୍ଷୟ କୁମାର ଯେତେବେଳେ ଗଣେଶଙ୍କୁ ପଚାରିଲେ ଯେ, ତାଙ୍କୁ ଉପହାରରେ କଣ ଦରକାର । ସେତେବେଳେ ଗଣେଶ କହିଥିଲେ ଯେ, ତାଙ୍କ ଫାଉଣ୍ଡେସନ୍ ଅଧୀନରେ ୧୬୦୦ ଜୁନିୟର୍ କୋରିଓଗ୍ରାଫର୍ ଏବଂ ବୟସ୍କ ଡାନ୍ସର ଓ ୨୦୦୦ ବ୍ୟାକଗ୍ରାଉଣ୍ଡ ଡାନ୍ସର୍ ମାନଙ୍କ ପାଇଁ ଏକ ମାସର ରାସନ ସାମଗ୍ରୀର ବ୍ୟବସ୍ଥା କରିବାକୁ । ଆଉ ଏହି କଥା ଶୁଣିବା କ୍ଷଣି ତାଙ୍କ କଥାରେ ହଁ ଭରିଥିଲେ ଅକ୍ଷୟ କୁମାର ଏବଂ ସାହାଯ୍ୟ କରିବାପାଇଁ ପ୍ରସ୍ତୁତ ହୋଇଯାଇଥିଲେ । ତେବେ ଗଣେଶ ଆଚାର୍ଯ୍ୟଙ୍କ ପତ୍ନୀ ବିତରଣଠାରୁ ଆରମ୍ଭ ରକି ପ୍ୟାକିଂର ସବୁ କାମ ସେ ବୁଝୁଛନ୍ତି ।

Get real time updates directly on you device, subscribe now.