fbpx

ରାଜଧାନୀରେ ଏଣିକି ଅନଲାଇନରେ ମିଳିବ ମଦ: ସପ୍ତାହକୁ ପାଞ୍ଚଦିନ କରିପାରିବେ ଅର୍ଡର

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏଣିକି ଅନଲାଇନରେ ମିଳିବ ମଦ । ଅନଲାଇନରେ ମଦ ବିକ୍ରି ନେଇ ଅନୁମତି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫୋନରୁ ମେସେଜ୍ କରି କିମ୍ବା ହ୍ୱାଟସଆପ୍ ଦ୍ୱାରା ମଦ ଅର୍ଡର କରିହେବ । ଏଥିପାଇଁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି ।

ତେବେ କାରବାର ସମୟରେ ସମସ୍ତ କୋଭିଡ୍ ନିୟମକୁ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ମଦ ନେବା ଆଣିବା ସମୟରେ କର୍ମଚାରୀମାନେ ଦୋକାନ ପରିଚୟ ପତ୍ର ଦେଖାଇ ପାରିବେ । ଓଡ଼ିଶା ପାନୀୟ ନିଗମ ଗୋଦାମରୁ ମଦ ଉଠାଇବା ପାଇଁ ନିୟମାବଳୀ କରାଯାଇଛି । ଗୋଦାମରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କେଉଁଦିନ କେଉଁ ମଦ ଅର୍ଡର କରିପାରିବେ ତାହାର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.