fbpx

ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ତାଲିବାନର ଲୋଲୁପ ଦୃଷ୍ଟି, ମାଗିଲା ୧୫ ବର୍ଷରୁ ଅଧିକ ବୟସର ଝିଅଙ୍କ ଲିଷ୍ଟ

ଆଫଗାନିସ୍ତାନ ଉପରେ ବଡ଼ ସଙ୍କଟ । ଆଫଗାନିସ୍ତାନରେ ତାଲିବାନ ୮୫% ଅଞ୍ଚଳ ଦଖଲ କରି ନିଜ କବଜାକୁ ନେଇସାରିଛି । ଏହାରି ମଧ୍ୟରେ ଆମେରିକାର ସେନା ଫେରିଯିବାରୁ ଆଫଗାନିସ୍ତାନ ସେନା ଆତଙ୍କବାଦୀଙ୍କ ସହ ଲଢ଼ୁଛନ୍ତିି ।

କେବଳ ଏତିକି ନୁହେଁ, ଆଫଗାନିସ୍ତାନରେ ମହିଳାଙ୍କ ଜୀବନ ଖରାପ ଆଡକୁ ଗତି କରୁଛି । ତାଲିବାନ ଏକ ବୟାନ ଜାରି କରି ସ୍ଥାନୀୟ ଧାର୍ମିକ ନେତାମାନଙ୍କଠାରୁ ୧୫ ବର୍ଷରୁ ଅଧିକ ବୟସର ଯୁବତୀ ଓ ୪୫ ବର୍ଷରୁ କମ୍ ବିଧବାଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛି । ମିଳିଥିବା ରିପୋର୍ଟ ଅନୁସାରେ, ତାଲିବାନ ନିଜ ପୁଅମାନଙ୍କ ସହ ସେମାନଙ୍କ ବିବାହ କରିବାକୁ କହିଛି । ପରେ ସେମାନଙ୍କୁ ପାକିସ୍ତାନର ୱାଜିରିସ୍ତାନକୁ ନିଆଯିବ ଓ ସେଠାରେ ଧର୍ମ ପରିବର୍ତ୍ତନ କରାଯିବ ।

ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ବି ତାଲିବାନ ନିଜ ଅଧିକୃତ ଅଞ୍ଚଳରେ ଶାରିଆର ନିୟମ ଲାଗୁ କରିଛି । ସେଠାରେ ଧୂମପାନ, ଦାଢ଼ି କାଟିବା ଓ ମହିଳାଙ୍କୁ ଏକାକୀ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି । ୨୦୦୧ ପୂର୍ବରୁ ତାଲିବାନ ଶାସନ ଅଧୀନରେ ଆଫଗାନିସ୍ତାନର ମହିଳାମାନଙ୍କୁ ସ୍କୁଲ ଯିବା, ଘର ବାହାରେ କାମ କରିବା କିମ୍ବା ପୁରୁଷ ବିନା ଘରୁ ବାହାରକୁ ଯିବାକୁ ବାରଣ କରାଯାଇଥିଲା । ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରୁଥିଲେ, ସେମାନଙ୍କୁ ତାଲିବାନର ଧାର୍ମିକ ପୋଲିସ ସର୍ବସାଧାରଣରେ ଅପମାନିତ କରିବା ସହ ମାଡ଼ ମରାଯାଉଥିଲା । ଏହା ବ୍ୟତିତ ତାଲିବାନ ସବ୍-କମାଣ୍ଡର କହିଛନ୍ତି ଯେ, ‘୧୮ ବର୍ଷରୁ ଅଧିକ ବାଳିକାଙ୍କୁ ଘରେ ରଖିବା ଉଚିତ୍ ନୁହେଁ । ଏହା ପାପ, ସେମାନଙ୍କୁ ବିବାହ କର ।’

Get real time updates directly on you device, subscribe now.