fbpx

ଆକାଶରେ ରାଜ୍ କରିବେ ଏଲିଏନ୍ସ… ଆକାଶରେ ପ୍ଲେନ ବଦଳରେ ଉଡ଼ିବ ୟୁଏଫଓ

ଏଲିଏନ୍ସ ମାନେ ସତରେ ଅଛନ୍ତି କି ନାହାନ୍ତି ତାକୁ ନେଇ ସର୍ବଦା ଦ୍ୱନ୍ଦ ଲାଗି ରହିଥାଏ । ତେବେ ଏଲିଏନ୍ସକୁ ନେଇ ଅନେକ ସିନେମା ହୋଇଥିବା ବେଳେ କିଛି ବ୍ୟକ୍ତି ଏଲିଅନ୍ସଙ୍କ ଉପରେ ଅନେକ କାହାଣୀ ମଧ୍ୟ ଲେଖିଥିବାର ଦେଖାଯାଏ । ସେହିପରି ସୋସିଆଲ ମିଡିଆରେ ଏଲିଅନ୍ସଙ୍କୁ ନେଇ ଅନେକ ତଥ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏଲିଏନ୍ସକୁ ନେଇ ବର୍ତ୍ତମାନ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ।

ତେବେ ଖୁବଶୀଘ୍ର ଏଲିଏନ୍ସମାନେ ଆକାଶରେ ରାଜ କରିବେ ବୋଲି ଆମେରିକାର ଜଣେ ରାଜନୈତିକ ବ୍ୟକ୍ତି ଦାବି କରିଛନ୍ତି । ଅନ୍ୟପଟେ କରୋନା ମହାମାରୀ ସମୟରେ ଆମେରିକା ଏଲିଅନ୍ସ ସମ୍ବନ୍ଧୀୟ ତଥ୍ୟ ଲୁଚାଇଥିବାର ଆରୋପ ମଧ୍ୟ କରାଯାଇଥିଲା ।

ହଁ ଦର୍ଶକ ବନ୍ଧୁ ସୁଚନା ମୁତାବକ କିଛି ବର୍ଷ ପରେ ଖୁବଶୀଘ୍ର ଆକାଶରେ ଦେଖିବାକୁ ମିଳିବ ୟୁଏଫଓ ଯାହା ଫଳରେ ଏୟରକ୍ରାଫ୍ଟ ଦୁର୍ଘଟଣା ଭଳି ମାମଲା ବଢିଯିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ୟୁଏଫଓ ସହ ପ୍ଲେନ ଗୁଡ଼ିକ ଧକ୍କା ହେବାର ସମ୍ଭାବନା ରହିଛି । ଆଉ ମାନବ ସମାଜ ନିଜର ପ୍ଲେନ ଉଡାଇବାରେ ବିଫଳ ହେବ। ତବେ ଏନେଇ ନାସା ଏଲିଅନ୍ସଙ୍କ ବିରୋଧରେ ଅନେକ ଯୋଜନା ପ୍ରସ୍ତୁତ କରି ରଖିଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ ବୋଲି ସୂଚନା ମିଳିଛି । ତେବେ ଏଲିଏନ୍ସଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରକାଶ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

 

Get real time updates directly on you device, subscribe now.