fbpx

ହିନ୍ଦୁ ଯୁବକ- ମୁସଲିମ ଯୁବତୀ, ବିବାହ ନହେବାରୁ ଫାଶି ଲଗାଇ କଲେ ଆତ୍ମହତ୍ୟା

ଅଲିଗଡ : ଉଭୟ ଥିଲେ ଅଲଗା ଅଲଗା ଧର୍ମର ।   ବାହାଘର କରିବାକୁ ରାଜି ନଥିଲେ ପରିବାର ଲୋକ । ଶେଷରେ ଫାଶି ଲଗାଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ । ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଅଲିଗଡ ଜିଲ୍ଲାର ହରଦୁଆଗଞ୍ଜ ଥାନା ଅଞ୍ଚଳରେ । ସୋମବାର ସକାଳ ୧୦ଟାରେ ଉଭୟଙ୍କ ମୃତ ଶରୀରର ଆମ୍ବ ବଗିଚାରେ ଗଛରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ମୃତକ ଯୁବକଙ୍କ ନାଁ ରବୀନ୍ଦ୍ର(୨୬) ଏବଂ ଯୁବତୀଙ୍କ ନାଁ ଶବନମ ଓରଫ ଶବୋ(୨୪) । ଉଭୟଙ୍କ ଘର ଗୋଟିଏ ଗାଁର ଏବଂ ପାଖାପାଖି ଥିଲା । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ହେଲେ ଏହି ଉଭୟଙ୍କ ପ୍ରେମ କାହାଣୀ ଗାଁ ସାରା ବ୍ୟାପିଗଲା । ଅଲଗା ଅଲଗା ଧର୍ମର ହୋଇଥିବାରୁ ଦୁଇ ପରିବାରର ଲୋକେ ବିବାହ କରିବାକୁ ପ୍ରସ୍ତୁତ ନଥିଲେ । ଶେଷରେ ନିରୁପାୟ ହୋଇ ପ୍ରେମୀ ଯୁଗଳ ଗାଁ ନିକଟସ୍ଥ ଆମ୍ବ ବଗିଚାର ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଗାଁ ଲୋକଙ୍କ ଅନୁଯାୟୀ, ରବୀନ୍ଦ୍ର ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲା । ତାଙ୍କ ବାପା ପଶୁ ଚିକିତ୍ସକ । ରବୀନ୍ଦ୍ର ଗାଁରେ ଚାଷ କାମରେ ମଧ୍ୟ ଘର ଲୋକଙ୍କୁ ସହଯୋଗ କରୁଥିଲେ । ହେଲେ ନିଜ ଆମ୍ବ ବଗିଚାରେ ସେ ନିଜ ପ୍ରେମିକା ଶବନମଙ୍କ ସହ ମିଶି ଆତ୍ମହତ୍ୟା କରିଛନ୍ତି । ପାଠପଢା ସରିବା ପରେ ଶବନମ ଘରେ ରହୁଥିଲେ । ତାଙ୍କ ବାପା ଶାକିରଙ୍କ ପ୍ରାୟ ଦୁଇ ମାସ ତଳେ ପରଲୋକ ଘଟିଥିଲା । ପ୍ରେମୀଯୁଗଳ ଫାଶି ଲଗାଇବା ସୂଚନା ପରେ ପରିବାର ଲୋକେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି ।

Get real time updates directly on you device, subscribe now.