fbpx

୨ହଜାର ବର୍ଷର ମୃତ ଶରୀରୁ ମିଳିଲା ଜୀବନ୍ତ ଭୃଣ: ଦେଖନ୍ତୁ ଚମକେଇ ଦେବା ଭଳି Video

ନୂଆଦିଲ୍ଳୀ: ମମ୍ମି ପେଟରୁ ମିଳିଲା ସୁରକ୍ଷିତ ଭୃଣ । ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥାଇପାରେ, ହେଲେ କଥାଟି ସତ । ଇଜିପ୍ଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଦୁଇ ହଜାର ବର୍ଷ ପୁରୁଣା ମମ୍ମି ପେଟରୁ ସୁରକ୍ଷିତ ଭୃଣ ମିଳିଛି । ମିଶରର ପ୍ରଥମ ଗର୍ଭବତୀ ମମ୍ମି ପେଟରୁ ଏପରି ରୋଚକ ସନ୍ଧାନ ମିଳିଛି । ଏହି ମମ୍ମିକୁ ରହସ୍ୟମୟୀ ମହିଳା ବୋଲି ବି କୁହାଯାଉଛି । ଭୃଣ ଜାଞ୍ଚ କରିବା ପାଇଁ ମ୍ମିର ପ୍ରଥମେ ସିଟି ସ୍କାନ କରାଯାଇଥିଲା । ସିଟି ସ୍କାନ ରିପୋର୍ଟ ଦେଖି ବୈଜ୍ଞାନିକ ଏବଂ ପୁରାତତ୍ୱବିତମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ ଏକେଡମୀ ଅଫ ସାଇଁସେଜ ଏବଂ ଏହି ସନ୍ଧାନର ପ୍ରମୁଖ ରିସର୍ଚର ଡକ୍ଟର ବୋଜସିଜ ଏସମଣ୍ଡ କହିଛନ୍ତି ଯେ, ଦୁନିଆର କୌଣସି ସ୍ଥାନରୁ ଆମକୁ ଆଜିଯାଏ ଏପରି ସନ୍ଧାନ ମିଳିନି ।

ଏପରି ଘଟଣା ଆମ ସହ ପ୍ରଥମଥର ଘଟିଛି । ସେ କହିଛନ୍ତି ଯେ, ସିଟି ସ୍କାନରୁ ଜଣା ପଡିଛି ଯେ, ଭ୍ରୁଣରେ ହାଡ ନାହିଁ । ଏହାପରେ ତାହାକୁ ଏକ୍ସରେ ବି କରାଯାଇଥିଲା । ଏକ୍ସରେ ବି ଜଣାପଡିଛି ଯେ, ଭ୍ରୁଣର ହାଡ ନାହିଁ । ରିସର୍ଚରୁ ଏହା ଜଣାପଡିଛି ଯେ, ଯେତେବେଳ ମହିଳାଙ୍କ ମୃତ ହୋଇଥିଲା, ସେ ଗର୍ଭବତୀ ଥିଲେ । ଆଉ ତାଙ୍କୁ ମମ୍ମି କରିଦିଆ ଗଲା । ଆଉ ଭ୍ରୁଣଟି ବଢି ପାରିଲା ନାହିଁ, ହେଲେ ଏ ପର୍ଯ୍ୟନ୍ତ ସୁରକ୍ଷିତ ଅଛି । ତେବେ କେଉଁ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ଭ୍ରୁଣଟି ସୁରକ୍ଷିତ ଅଛି, ତା ଉପରେ ଅଧିକରୁ ଅଧିକ ରିସର୍ଚ କରିବା ପାଇଁ ବୈଜ୍ଞାନିକମାନେ ଆଶା ରଖିଛନ୍ତି ।

Get real time updates directly on you device, subscribe now.