fbpx

ଘଟିଲା ପ୍ରତୀକ୍ଷାର ଅନ୍ତ: ଖୋଲିଲା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୧ା୧ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳ ଖୋଲିଛି । ଏହାକୁ ଦୃଷ୍ଟିରେ ରଖି କଲେଜ ପରିସରକୁ ସାନିଟାଇଜ କରାଯିବା ସହ ସରକାରଙ୍କ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ଛାତ୍ରଛାତ୍ରୀମାନେ ଦୁଇଟି ସେକ୍ସନରେ କ୍ଲାସ କରିବାର ବ୍ୟବସ୍ଥା ରହିଥିବା ବେଳେ ଦୁଇ ସେକ୍ସନ ମଧ୍ୟରେ ଅଧଘଣ୍ଟାର ବ୍ୟବଧାନ ରଖାଯାଇଛି । ତେବେ କ୍ଲାସ ସମୟରେ ଗୋଟିଏ ବେଞ୍ଚରେ ସର୍ବାଧିକ ଦୁଇଜଣ ଛାତ୍ରଛାତ୍ରୀ ବସିବାକୁ ଅନୁମତି ଦିଆଯାଇଛି । ଶ୍ରେୀଣୀଗୃରେ ଶିକ୍ଷକ, ଛାତ୍ରଛାତ୍ରୀ, କର୍ମଚାରୀମାନେ କଲେଜ କ୍ୟାମ୍ପସକୁ ପ୍ରବେଶ ପରେ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି ।

ପୂର୍ବରୁ ଆଜି ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ଅନୁମତି ମିଳିଥିଲା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଶାସନ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ କ୍ଲାସ ଆରମ୍ଭ ଅନୁମତି ଦିଆଯିବା ସହ ସରକାରଙ୍କ ତରଫରୁ ଏସଓପି ଜାରି କରାଯାଇଥିଲା ।

Get real time updates directly on you device, subscribe now.