fbpx

ଖୁବଶୀଘ୍ର ରାଜ୍ୟର ସମସ୍ତ ଠିକା କର୍ମଚାରୀ ହେବେ ରେଗୁଲାର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି କୌଣସି ସରକାରୀ କର୍ମଚାରୀ ଠିକାରେ ରହିବେ ନାହିଁ । କୌଣସି କର୍ମଚାରୀଙ୍କ ଅସହାୟତାର ସୁଯୋଗ ନେଇ ସେମାନଙ୍କୁ କେହି ଶୋଷଣ କରିପାରିବେ ନାହିଁ । ଯେଉଁ ସଂସ୍ଥାରେ ରାଜ୍ୟ ସରକାର କର୍ମଚାରୀଙ୍କୁ ଦୀର୍ଘଦିନ ଧରି ଠିକାରେ ରଖିଛନ୍ତି, ସେମାନଙ୍କୁ ନିୟମିତ କରିବାର ଆବଶ୍ୟକତା ରହିଛି ବୋଲି ହାଇକୋର୍ଟ ଏକ ମାମଲାରେ ମତ ଦେଇଛନ୍ତି ।

ସୂଚନା ଅନୁଯାୟୀ, କଟକ ଜିଲ୍ଲାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ୬ ବର୍ଷ ପୂରଣ କରିବା ପରେ ନିୟମିତ ହୋଇନଥିଲା । ତେଣୁ ସେମାନେ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହି ମାମଲାର ଶୁଣାଣି କରି ୬ ବର୍ଷ ପୂରଣ କରିଥିବା ଷ୍ଟାଫମାନଙ୍କୁ ନିୟମିତ କରିବାକୁ ହାଇକୋର୍ଟ ରାଜ୍ୟ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆବେଦନକାରୀମାନେ ବିଗତ ୧୦ ହେଲା କାର୍ଯ୍ୟ କରିଆସୁଥିବାରୁ ସେମାନଙ୍କର ନିୟମିତ ହେବା କଥା । ତେଣୁ ସେମାନଙ୍କର ବକେୟା ଅର୍ଥ ସହ ସମସ୍ତ ପ୍ରାପ୍ୟ ଦୁଇ ମାସ ମଧ୍ୟରେ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.