fbpx

ଗୋବିନ୍ଦର ସମସ୍ତ ଡାର୍କ ସିକେଟ୍ ଜାଣିଥିଲେ ମମିତା: ଲାପଟପ୍ ମିଳିଲା କିନ୍ତୁ ପେନଡ୍ରାଇଭ ଗଲା କୁଆଡ଼େ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଏହା ମଧ୍ୟରେ ଗୋବିନ୍ଦକୁ କୋର୍ଟ ଚାଲାଣ କରାଯାଇଛି । ବଙ୍ଗୋମୁଣ୍ଡା ଏସଡିଜେଏମ୍ କୋର୍ଟରେ ପୋଲିସ ତାକୁ ହାଜର କରିସାରିଥିବା ବେଳେ ଖୁବଶୀଘ୍ର ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି ।

ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିସାରିଥିବା ବେଳେ ପୋଲିସ ତାକୁ ରିମାଣ୍ଡରେ ଆଣି ସିନ ରିକ୍ରିଏସନ କରିବାକୁ ଲକ୍ଷ୍ୟ ରଖିଛି । ମମତାଙ୍କୁ ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡ଼ାଯିବା ସହ ପ୍ରମାଣ ନଷ୍ଟ ପାଇଁ ଯଥେଷ୍ଟ ମାତ୍ରାରେ ଲୁଣ ଦିଆଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ ଜବତ କରିଥିବା ଲାପଟପରୁ କିଛି ବଳିଷ୍ଠ ପ୍ରମାଣ ହାସଲ କରିଛି । ତେବେ ମମିତାଙ୍କର ପେନଡ୍ରାଇଭର ପତ୍ତା ମିଳୁନାହିଁ । ତେବେ ଏଠାରେ ପ୍ରଶ୍ନ ଉଠଛି ଉକ୍ତ ପେନଡ୍ରାଇଭରେ କ’ଣ ସବୁ ତଥ୍ୟ ରହିଥିଲା? ଏବେ ତାହା କେଉଁଠି ଅଛି? ପେନଡ୍ରାଇଭକୁ ଖୋଜି ପାରିଲେ ହିଁ ଗୋବିନ୍ଦର ଅନେକ ପରଦା ପଛର ସମସ୍ତ ଖେଳ ବିଷୟରେ ପୋଲିସ ଅବଗତ ହୋଇପାରନ୍ତା ।

Get real time updates directly on you device, subscribe now.