ଏଣିକି ଆଉ ଇଂରାଜୀ ଚଳିବନି, ଓଡିଆରେ ହେବ ସବୁ ସରକାରୀ କାମ, ନିୟମ ଖିଲାପ କଲେ ମିଳିବ ବଡ଼ ଦଣ୍ଡ
ବିଜ୍ଞପ୍ତି ଜାରି, ଓଡ଼ିଆରେ ହେବ ସବୁ ସରକାରୀ କାମ।
ଭୁବନେଶ୍ୱର: ଏଣିକି ଆଉ ଇଂରାଜୀ ଚଳିବନି, ଓଡ଼ିଆରେ ହେବ ସବୁ ସରକାରୀ କାମ। ସରକାରୀ କାର୍ଯ୍ୟାଳୟରେ ‘ଓଡ଼ିଆ’ ହେବ ବାଧ୍ୟତାମୂଳକ। ଏହି ନିୟମ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସରକାରୀ ଅଫିସରେ କଡ଼ାକଡ଼ି ଲାଗୁ ହେବ।
ସମସ୍ତ ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆ ଭାଷାରେ ହେବ। ନିୟମ ଖିଲାପ କଲେ ଅଧିକାରୀଙ୍କ ବିରୋଧରେ ହେବ ନୋଟିସ୍। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସମସ୍ତ ବିଭାଗ, ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ… ନିଗମ, ପୌର ସଂସ୍ଥା ଓ ସ୍ୱୟଂ ଚାଳିତ ସଂସ୍ଥା ନିର୍ଦ୍ଦେଶକୁ ପାଳନ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆବଶ୍ୟକ ପଦକ୍ଷେପ ନେବ। ଖିଲାପ କଲେ ତାଗିଦ ସହ କାରଣ ଦର୍ଶାଅ ନୋଟିସ୍ ଜାରି ହେବ।
ହଁ ଆଜ୍ଞା ସବୁ ସରକାରୀ ଅଫିସରେ ଓଡ଼ିଆରେ ସବୁ କାର୍ଯ୍ୟ କରାଯିବ। ଏନେଇ କଡ଼ାକଡ଼ି ଭାବରେ ନିୟମ ପାଳନ କରିବାକୁ ହେବ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ କାମ କରାଯିବ। ସରକାରୀ କାର୍ଯ୍ୟାଳୟରୁ ପ୍ରକାଶ ପାଉଥିବା ସମସ୍ତ ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଏସବୁ ଓଡ଼ିଆ ଭାଷାରେ ହିଁ ହେବ।
