fbpx

ଲକଡାଉନ୍ ସମୟରେ ସମସ୍ତ ରାସନ୍ ଦୋକାନ ଖୋଲା ରହିବା ସହିତ ସମୟ ବୃଦ୍ଧି ପାଇବ: କେନ୍ଦ୍ର

ନୂଆଦିଲ୍ଲୀ, ୧୬/୦୫(ଓଡିଶା ଭାସ୍କର) : ରବିବାର କେନ୍ଦ୍ର ପକ୍ଷରୁ ରାସନ ଦୋକାନ ଗୁଡିକ ଖୋଲା ରଖିିବା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଲକଡାଉନ୍ ସମୟରେ ରାଜ୍ୟର ସମସ୍ତ ରାସନ ଦୋକାନ ଖୋଲା ରହିବ । ତାହାପୁଣି ଅଧିକ ସମୟ ପର୍ଯ୍ୟନ୍ତ । କାରଣ ଲୋକମାନେ ଏହି ସମୟରେ ବ୍ୟସ୍ତ ହୋଇ ଅଯଥା ଦୋକାନ ଗୁଡିକରେ ଭିଡ କରିବା ସହିତ ଜିନିଷ ନ ମିଳିବା ଭୟରେ ଆଗୁଆ ଅନେକ ଗୁଡିଏ ଜିନିଷ କିଣି ନେଉଛନ୍ତି । ଖାଲି ସେତିକି କିଛି ରାଜ୍ୟରେ ରାସନ ଦୋକାନ ଖୋଲା ରହିବାର ସମୟ ମଧ୍ୟ ଧାର୍ଯ୍ୟ କରିଛନ୍ତି । ଯାହା ଦ୍ୱାରା ଖାଉଟି ମାନେ ତରବରିଆ ଭାବରେ ଉକ୍ତ ସମୟ ମଧ୍ୟରେ ଜିନିଷ କିଣି ନେବାକୁ ଆସି ଦୋକାନ ଆଗରେ ଲାଇନ୍ ଲଗାଉଛନ୍ତି । ଏଭଳି ସ୍ଥିତିକୁ ଧ୍ୟାନରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଏନେଇ ଆଜି ଏକ ଆଡଭାଇଜରୀ ଜାରି କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କରେ ଲକଡାଉନ୍ ସମୟରେ ସବୁଦିନ ରାସନ ତଥା ତେଜରାତି ଦୋକାନ ସବୁ ଖୋଲା ରହିବ । ଯାହା ଫଳରେ ଯେଉଁ ମାନେ ମାଗଣାରେ ଗରିବ ଲୋକ ମାନଙ୍କ ଖାଇବା ବାଣ୍ଟୁଛନ୍ତି ସେମାନେ ମଧ୍ୟ ଉପଯୁକ୍ତ ସାମଗ୍ରୀ କିଣି ପାରିବେ । ଅପ୍ୟପଟେ କେନ୍ଦ୍ର ପକ୍ଷରୁ ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ କରୋନାର ଦ୍ୱିତୀୟ ଲହରରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ମାଗଣା ୫ କିଲୋର ଖାଦ୍ୟଶସ୍ୟ ଦିଆଯାଉଛି । ସେହିପରି ସମସ୍ତ ରାସନ ଦୋକନକୁ କୋଭିଡ୍ ନିୟମ ମାନି ସବୁଦିନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଦୋକାନ ଖୋଲା ରଖିବାର ସମୟ ବୃଦ୍ଧି କରାଯିବ ।

Get real time updates directly on you device, subscribe now.