fbpx

ରାସ୍ତାକଡ଼ରୁ ହଟିଯିବ ସମସ୍ତ ମାଂସ ଦୋକାନ: ହକି ବିଶ୍ୱକପ ପାଇଁ BMCର ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆୟୋଜିତ ହେବ । ଏହାକୁ ଦୃଷ୍ଟିରେ ରଖି ସହରକୁ ସରସ ସୁନ୍ଦର ସହିତ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଏହି ପ୍ରକାରେ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଅଞ୍ଚଳ ସହିତ ରାଜଧାନୀର ଅନ୍ୟ ଅଞ୍ଚଳଗୁଡ଼ିରେ ସାଜସଜ୍ଜା ଆରମ୍ଭ ହୋଇଛି ।

ରାସ୍ତାଘାଟ କିପରି ପରିସ୍କାର ପରିଚ୍ଛନ୍ନ ରହିବ, ଅଯଥାରେ ଯେପରି ଗହଳି ନ ଜମିବ, ରାସ୍ତାରୁ ଗାଈଗୋରୁ ହଟିବେ ସେନେଇ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ତେବେ ରାସ୍ତାକଡ଼ରୁ ସମସ୍ତ ମାଂସ ଦୋକାନ ହଟିବା ନେଇ ବିଏମସି ନୂଆ କଟକଣା କରିଛି । ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଖାସି କାଟିଲେ ବ୍ୟବସାୟୀମାନେ ପରଦା ଘୋଡ଼ାଇବେ । ଏହାକୁ ଯେପରି କୌଣସି ଲୋକ ଦେଖି ନ ପାରନ୍ତି ସେଥିପ୍ରତି ବ୍ୟବସାୟୀମାନେ ଦୃଷ୍ଟି ଦେବେ । ଏହାକୁ ଅମାନ୍ୟ କଲେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ନିକଟରେ ଏନେଇ ବିଭିନ୍ନ ମାଂସ ବ୍ୟବସାୟୀ ଓ ବିଏମସି ମେୟର ସୁଲୋଚନା ଦାସଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହକି ବିଶ୍ୱକପ ପାଇଁ ସମସ୍ତେ ସହଯୋଗ କରିବାକୁ ମେୟର କହିଥିଲେ । ଜାତୀୟ ରାଜପଥ କଡ଼ରୁ ସମସ୍ତ ମାଂସ ଦୋକାନ ହଟାଇାବାକୁ ନିଷ୍ପତ୍ତି ହୋଇଛି । ବିଏମସି ଅଞ୍ଚଳରେ ନୂଆ ମାଂସ ଦୋକାନ ଖୋଲିଲେ ଭୁବନେଶ୍ୱର ଆମିଷ ବ୍ୟବସାୟୀ ମହାସଂଘ ବିଏମସିକୁ ଅବଗତ କରାଇବ ବୋଲି କୁହାଯାଇଛି ।

Get real time updates directly on you device, subscribe now.