fbpx

ବ୍ରହ୍ମାଣ୍ଡ ସହ ମିଶିଯାଏ ଆମ ଶରୀରର ଏହି ସବୁ ଅଂଶ: ଜାଣନ୍ତୁ ଛୋଟ ଶରୀରରେ କେମିତି ଲୁଚି ରହିଛି ବିଶାଳ ବ୍ରହ୍ମାଣ୍ଡ

ବ୍ରହ୍ମାଣ୍ଡ ଏପରି ଏକ ଶବ୍ଦ ଯାହାକୁ ଭାବିବା ଓ ଚିନ୍ତା କରିବା ପାଇଁ ବି ଆମ ମସ୍ତିଷ୍କ କମ ପଡ଼ିଯାଏ । ଯାହା ଆମ ଭାବନା ଠାରୁ ବି ଅନେକ ବଡ଼ । ବ୍ରହ୍ମଣ୍ଡ ଭିତରେ ରହିଛି ଆକାଶ ଗଙ୍ଗା ଏବଂ ଆକାଶ ଗଙ୍ଗା ଭିତରେ ରହିଛି ଆନେକ ପୃଥିବୀ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆମ ଶରୀର ଭିତରେ ମଧ୍ୟ ଏହି ବ୍ରହ୍ମାଣ୍ଡ ଲୁଚି ରହିଛି । ଛୋଟ ଶରୀର ମଧ୍ୟରେ ସମାହିତ ହୋଇଛି ଏହି ବିଶାଳ ବ୍ରହ୍ମାଣ୍ଡ । ତେବେ ଆପଣଙ୍କ ଶରୀର ମଧ୍ୟରେ ଏମିତି ସବୁ ଅଙ୍ଗ ରହିଛି ଯାହାର ଆକାର ଆକୃତି ବ୍ରହ୍ମାଣ୍ଡ ସହ ମିଶି ଯାଉଛି । ଯେମିତି ବ୍ରହ୍ମାଣ୍ଡର ଆକୃତି ମଣିଷଙ୍କ ମସ୍ତିଷ୍କ ସହ ମିଶିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ବିଷୟରେ…

ଆପଣମାନଙ୍କ ଶରୀର ଯେଉଁ ଅଣୁ ଏବଂ ପରମାଣୁରୁ ତିଆରି ହୋଇଛି ତାହା ସବୁ ଏହି ବ୍ରହ୍ମାଣ୍ଡରୁ ହିଁ ଆସିଛି । ଆଉ ସେଥିପାଇଁ ଆମ ବ୍ରହ୍ମାଣ୍ଡ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ । ଖାସ କରି ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ଭଳି ଦିନ ଆମ ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ । ଆମ ବାୟୁମଣ୍ଡର ସୌର ମଣ୍ଡଳ, ଆକାଶଗଙ୍ଗା, ଆଉ ତାହାର ବାହାରେ ଥିବା ନେବୁଲା ଏବଂ ଅସଂଖ୍ୟ ଆକାଶଗଙ୍ଗା ମଧ୍ୟରେ ଏମିତି ଅନେକ ଆକୃତି ରହିଛି ଯାହା ଆମ ଶରୀରର ଅଙ୍ଗମାନଙ୍କ ଆକୃତି ସହ ମିଶିଥାଏ । ଏଠାରେ ଆମେ ଆଜି ଏମିତି ୫ଟି ଉଦାହରଣ ଦେବୁ ଯାହାକୁ ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ବିଜୁଳି ସହ ସମାନ ଆଖିର ଶିରା: ଆପଣ ଆକାଶରେ ମାରୁଥିବା ବିଜୁଳିକୁ ଦେଖିଥିବେ ନିଶ୍ଚୟ । ତେବେ ଏକ ଅନନୁସନ୍ଧାନରୁ ଜଣା ପଡ଼ିଛି କି ପୃଥିବୀରେ ବର୍ଷକୁ ଅଢ଼େଇ ଲକ୍ଷ ଥର ବିଜୁଳି ଆକାଶରେ ଚମକିଥାଏ । ଏଥିପାଇଁ ପ୍ରତି ବର୍ଷ ୨୦୦୦ ଲୋକଙ୍କର ମୃତ୍ୟୁ ହେଉଛି । ତେବେ ଏହି ବିଜୁଳି ଆପଣଙ୍କ ଆଖିରେ ଥିବା ଶିରା ପ୍ରସିରା ଭଳି ଦେଖାଯାଏ । ଯାହାକୁ ଅପ୍ଟିକ ସ୍ନାୟୁ ବୋଲି କୁହାଯାଏ । ସବୁଠାରୁ ଅଶ୍ଚର୍ଯ୍ୟ କଲାଭଳି କଥା ହେଉଛି ଯେ ମଣିଷଙ୍କ ଆଖିରେ ବିଜୁଳି ମାରିବା ଭଳି ୭.୭ ଲକ୍ଷରୁ ୧୭ ଲକ୍ଷ ପର୍ଯ୍ୟନ୍ତି ଅପ୍ଟିକ୍ ସ୍ନାୟୁ ରହିଛି ।

ମରିଯାଇଥିବା ତାରା ସହ ସମାନ କୋଷିକା: ବ୍ରହ୍ମାଣ୍ଡରେ ଅନେକ କିଛି ଜିନିଷ ରହିଛି । ଯେଉଁଥିରେ ଗ୍ରହ, ନକ୍ଷତ୍ର ତାରା ଆଦି ମଧ୍ୟ ରହିଥାନ୍ତି । ତେବେ ଏକ ଅନୁସନ୍ଧାନରୁ ଏହା ଜଣା ପଡିଛି ଯେ ବ୍ରହ୍ମାଣ୍ଡରେ ମୃତ୍ୟୁବରଣ କରୁଥିବା ତାରା ସହ ଜନ୍ମ ନେଉଥିବା କୋଷିକାର ଆକୃତି ପୁରା ଏକା ପ୍ରକାରର ହୋଇଥାଏ । ତେବେ ଏହା ଏକ ବିଡ଼ମ୍ବନା କି ଜନ୍ମ ଏବଂ ମୃତ୍ୟୁର ଆକୃତି ତାହା କହି ହେବନାହିଁ । କିନ୍ତୁ ଏହା ସତ୍ୟ ଗୋଟିଏ ଗୋଟିଏ କୋଷିକାର ମିଳନରେ ଶରୀର ତିଆରି ହୋଇଥାଏ । ଆଉ ମଣିଷର ଶରୀରରେ ୩୭.୩ ମିଲିୟନ କୋଷିକା ରହିଥାଏ ।

ଡିଏନ୍ଏର ଡବଲ ହେଲିକଲ୍ସ ସହ ସମାନ ବ୍ରହ୍ମାଣ୍ଡର ଡବଲ ହେଲିକ୍ସ: ମଣିଷ ଶରୀରରେ ଥିବା ଡିଏନ୍ଏର ଡବଲ ହେଲିକଲ୍ସ ଢ଼ାଞ୍ଚା ସହ ବ୍ରହ୍ମାଣ୍ଡର ଡବଲ ହେଲିକ୍ସ ପୁରା ସମାନ ହୋଇଥାଏ । ଏହା ପୁରା ଜେନିଟିକ୍ ଡିଏନ୍ଏ ପରି ଚାଲିଥାଏ । ଆଉ ଏହି ହେଲିକ୍ସ ଢ଼ାଞ୍ଚା ତାକୁ ପୁରା ସମ୍ଭାଳିଥାଏ । ତେବେ ଜେନିଟିକ୍ସ କାରଣରୁ ଆମ ଶରୀର ବ୍ୟବହାର ଠିକ୍ ରହିଥାଏ । ମଣିଷ ଶରୀରରେ ୨୩ ଜୋଡ଼ା କ୍ରୋମୋଜୋମ ରହିଛି । ଏହା ଛୋଟ ଛୋଟ ଜିନ୍ ସହ ଯୋଡ଼ି ହୋଇ ରହିଛି । ଠିକ୍ ସେହିପରି ବ୍ରହ୍ମାଣ୍ଡ ମଧ୍ୟନିଜ ନିଜ ଭିତରେ ଯୋଡି଼ ହୋଇ ରହିଛି ।

ଆଖିର ରେଟିନା ସହ ସମାନ ଆକାଶଗଙ୍ଗା ଆକୃତି: ଆଖିର କେନ୍ଦ୍ର ଏବଂ ଚାରିପଟେ ରହିଥିବା ଡାଞ୍ଚା ସହ ପୃଥିବୀ ଠାରୁ ୭ ଶହ ଆଲୋକ ବର୍ଷ ଦୁରରେ ଥିବା ହେଲିକ୍ସ ନେବୁଲା ଅର୍ଥାତ ଆକାଶଗଙ୍ଗା ଆକୃତି ସହ ସମାନ ହୋଇଥାଏ । ଏହିଭଳି ଅନେକ ଆକାଶ ଗଙ୍ଗା ରହିଛନ୍ତି ଯାହା ଆପଣଙ୍କୁ ଆପଣଙ୍କର ଆଖିର ରେଟିନା ଭଳି ଦେଖାଯିବ । ଏହାକୁ ଦେଖିଲେ ଏମିତି ଲାଗିବ ଯେମିତି କି ଆପଣମାନଙ୍କୁ କିଏ ଉପରୁ ଥାଇ ଦେଖୁଛି ।

ମସ୍ତିଷ୍କ ନ୍ୟୁରନ୍ସ ସହ ସମାନ ବ୍ରହ୍ମଣ୍ଡ ସଂରଚନା: ଆପଣଙ୍କ ମୁଣ୍ଡରେ ଥିବା ନ୍ୟୁରେନ୍ସ ସେଲକୁ ମାଇକ୍ରୋସ୍କୋପରେ ଦେଖିଲେ ବ୍ରହ୍ମାଣ୍ଡର ସଂରଞ୍ଚନା ପରି ଦେଖାଯାଇଥାଏ । ଏହି ନ୍ୟୁରେନ୍, ଦେଖିଲେ ଏପରି ଲାଗିବ ଯେପରି କି ବ୍ରହ୍ମାଣ୍ଡରେ ଥିବା ଆକାଶଗଙ୍ଗା ମାନଙ୍କର ଜାଲି ବିଛାଡ଼ି ହୋଇ ରହିଛି । ଏହା ଏକ ରେଡିଓ ତରଙ୍ଗ । ଯାହା ମାଧ୍ୟକର୍ଷଣ ଏବଂ ଡାର୍କ ଏନର୍ଜି ସହ ଜଡ଼ିତ । ସେମିତି ଆପଣ ମାନଙ୍କର ମୁଣ୍ଡ ବି ନ୍ୟୁରନ୍ସ ସହ ଯୋଡ଼ି ହୋଇ ରହିଛି । ବିଶ୍ୱାସ କରାଯାଏ କି ମୁଣ୍ଡରେ ୮୬୦ କୋଟି ନ୍ୟୁରନ୍ସ ରହିଥାଏ ।

Get real time updates directly on you device, subscribe now.