fbpx

ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଫାଇନ୍ !

ଉତ୍ତରପ୍ରଦେଶ ୧୬ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏନେଇ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ସହିତ  ନିଜ ନିଜ ରାଜ୍ୟରେ ଲକଡାଉନ୍ ଲାଗୁ କରିବା ଆରମ୍ଭ କରି ଦେଇଛନ୍ତି । ଉତ୍ତରପ୍ରଦେଶ ସରକାର କରୋନାକୁ ନେଇ ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି । ଏଣିକ ପ୍ରତିି ରବିବାର ପୁରା ରାଜ୍ୟର ସମସ୍ତ ଜିଲ୍ଲାରେ ସମ୍ପୁର୍ଣ୍ଣ ଲକଡାଉନ୍ ଲାଗୁ ହେବ । ଏହି ସମୟରେ ଜରୁରୀ କାଳୀନ ସେବାକୁ ଛାଡି ଦେଲେ ବାକି ସବୁ କିଛି ବନ୍ଦ ରହିବ ।

 

ସେହିପରି ମାସ୍କ ପିନ୍ଧିବା ନୀୟମକୁ ଆହୁରୀ କଡାକଡି କରି ଦିଆଯାଇଛି । ମାସ୍କ ଉଲଘଂନକାରୀଙ୍କ ପାଇଁ ଜୋରିମାନା ଦୁଇ ଗୁଣକୁ ବୃଦ୍ଧି କରି ଦେଇଛନ୍ତି ରଜ୍ୟ ସରକାର । ପ୍ରଥମ ଥର ମାସ୍କ ପିନ୍ଧି ନଥିଲେ ୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଯଦି ଦ୍ୱିତୀୟ ଥର କୌଣସି ବ୍ୟକ୍ତି ବିନା ମାସ୍କରେ ଧାରା ପଡନ୍ତି ତେବେ ତାଙ୍କୁ ୧୦ ଗୁଣା ଅଧିକ ଜୋରିମାନା ହିସାବରେ ୧୦ ହଜାର ଟଙ୍କା ଦେବାକୁ ହେବ ବୋଲି କହିଛନ୍ତି ସରକାର । ଉତ୍ତର ପ୍ରଦେଶରେ କରୋନା ସ୍ଥିତି ଉତ୍କଟ ହୋଇଛି। ରାଜ୍ୟରେ କରୋନା ୯,୪୮୦ ମୃତ୍ୟୁ ହୋଇଥିବା ବେଳେ ୭,୬୬,୩୬୦ ଜଣ ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.