fbpx

ପୋଲିସ ନିର୍ଯ୍ୟାତନାରୁ ଆତ୍ମହତ୍ୟା ଅଭିଯୋଗ

ସାଲେପୁର,୨୬ ।୩(ଓଡିଶା ଭାସ୍କର): ପୋଲିସ ନିର୍ଯ୍ୟାତନାରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ମାହାଙ୍ଗା ନଇଗୁଆଁରେ, ଯେଉଁଠାରେ ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହା ସହ ନଇଗୁଆଁ ଛକରେ ଶବ ରଖି ଲୋକମାନେ ରାସ୍ତାରୋକ କରିଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ତେବେ ଘଟଣା ମୁତାବକ, ନିକଟରେ ଗାଁର ଜଣେ ଝିଅକୁ ଜନୈକ ଯୁବକ ଉଠାଇ ନେଇଥିଲା । ଅପହୃତ ଯୁବତୀ ଓ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ଝିଅ ସାଙ୍ଗ ଥିଲେ । ମୃତ ବ୍ୟକ୍ତିଙ୍କ ଝିଅର ଫୋନରୁ ଅପହୃତ ଯୁବତୀ କଥା ହୋଇଥିଲେ । ଝିଅର ସାଙ୍ଗ କଥା ହୋଇଥିବା ମୋବାଇଲ ନମ୍ବର ବାପାଙ୍କ ନାଁରେ ଥିଲା । ପୋଲିସ ଖୋଳତାଡ କରି ନମ୍ବର ଟ୍ୟାପ୍ କରି ବାପ, ଝିଅଙ୍କୁ ଧରିଥିଲା । ଉଭୟ ବାପ ଓ ଝିଅଙ୍କୁ ଥାନାକୁ ଡକାଇ ପୋଲିସ ଜେରା କରିଥିଲା । ଥାନାରେ ପୋଲିସ ମାରଧର କରିଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ପୋଲିସ ନିର୍ଯ୍ୟାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ପତ୍ନୀ କହିଛନ୍ତି ।

Get real time updates directly on you device, subscribe now.