ପ୍ରଶଂସକଙ୍କ ଦିଲ୍ ଜିତିଲେ ସାଉଥ୍ ଷ୍ଟାର ଅଲ୍ଲୁ ଅର୍ଜୁନ

ଟଲିଉଡ୍‌ର ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ତାଙ୍କର ଆଗାମୀ ଫିଲ୍ମ ‘ରାକା’ ପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ହାଇଦ୍ରାବାଦ: ଓଡ଼ିଆଙ୍କ ମନ ଜିଣିଲେ ‘ପୁଷ୍ପା’ ଅର୍ଥାତ ଅଲ୍‌ଲୁ ଅର୍ଜୁନ। ଷ୍ଟେଜ ଉପରେ ଜୋତା ଖୋଲି ଜଣେ ପ୍ରଶଂସକଙ୍କଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଗ୍ରହଣ କଲେ। ଅଲ୍‌ଲୁଙ୍କର ଏପରି ଧାର୍ମିକ ଭାବନା ଓ ପରମ୍ପରା ପ୍ରତି ସମ୍ମାନ ସମସ୍ତଙ୍କ ମନ ଜିଣିପାରିଛି। ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ଟଲିଉଡ୍‌ର ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ତାଙ୍କର ଆଗାମୀ ଫିଲ୍ମ ‘ରାକା’ ପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏଥିରେ ଜଣେ ପ୍ରଶଂସକ ତାଙ୍କୁ ଭଗବାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲେ। ଆଲ୍‌ଲୁ ଷ୍ଟେଜରେ ନିଜ ଗୋଡ଼ରୁ ଜୋତା ଖୋଲି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଗ୍ରହଣ କରିଥିଲେ।

Uttarakhand Govt.

ଭାଇରାଲ ଭିଡିଓରେ ପ୍ରଶଂସକଙ୍କ ମନ ଜିତିଲେ ଅଲ୍ଲୁ ଅର୍ଜୁନ: ଭାଇରାଲ ହୋଇଥିବା ଭିଡିଓରେ ଜଣେ ପ୍ରଶଂସକ ମହାପ୍ରଭୁଙ୍କ ସୁନ୍ଦର ପ୍ରତିମୂର୍ତ୍ତି ଧରି ତାଙ୍କ ପାଖକୁ ଆସୁଥିଲେ। ଏହା ଦେଖି ଆଲ୍‌ଲୁ ଜୋତା ଖୋଲି ପ୍ରଶଂସକଙ୍କଠାରୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଗ୍ରହଣ କରିଥିଲେ। ପରେ ସେ ପ୍ରଶଂସକଙ୍କ ସହ ଖୁସିରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନେକ ଲୋକ ଧାର୍ମିକ ଭାବନା ପ୍ରତି ସମ୍ମାନ ଦେଖାଇଥିବାରୁ ଅଲ୍ଲୁ ଅର୍ଜୁନଙ୍କୁ ପ୍ରଶଂସା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଆଉ ଜଣେ ପ୍ରଶଂସକ ଅଲ୍ଲୁଙ୍କୁ ଶିରଡ଼ି ସାଇବାବାଙ୍କ ମୂର୍ତ୍ତି ଉପହାର ଦେଇଥିଲେ। ସେଥର ମଧ୍ୟ ସେ ଜୋତା ଖୋଲି ମୂର୍ତ୍ତିକୁ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ପରେ ଅଲ୍ଲୁ ଅର୍ଜୁନ ନିଜ ପ୍ରଶଂସକଙ୍କ ଭିଡ଼ ସହ ଏକ ସେଲଫି ସେୟାର କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ମୋର ପ୍ରିୟ ପ୍ରଶଂସକମାନେ… ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ଦେଖିବା ମୁଁ ଅତ୍ୟନ୍ତ ଭାବପୂର୍ଣ୍ଣ। ଆପଣମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ। ମୁଁ ନିଜକୁ ନମ୍ର ଅନୁଭବ କରୁଛି। ଆଶା କରୁଛି ଆପଣମାନଙ୍କୁ ଆହୁରି ଗର୍ବିତ କରିପାରିବି।”

ସୂଚନାରୁ ପ୍ରକାଶ; ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ‘ରାକା’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଦୀପିକା ପାଦୁକୋନଙ୍କ ସହ ଅଭିନୟ କରୁଛନ୍ତି। ଏଥିରେ ରଶ୍ମିକା ମନ୍ଦାନା, ଜାହ୍ନବୀ କପୁର ଓ ମୃଣାଳ ଠାକୁର ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ପ୍ରଥମ ଲୁକ୍ ରିଲିଜ ହୋଇଛି।