fbpx

ସ୍ଥାନାନ୍ତର ହେଲା ‘ଅମର ଯବାନ ଜ୍ୟୋତି’, ଜାତୀୟ ଯୁଦ୍ଧ ସ୍ମାରକୀରେ ହେଲା ବିଲୟ: ଇଣ୍ଡିଆ ଗେଟରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ଇଣ୍ଡିଆ ଗେଟରୁ ସ୍ଥାନାନ୍ତର ହେଲା ଅମର ଯବାନ ଜ୍ୟୋତି । ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ଅମର ଯବାନ ଜ୍ୟୋତି । ଇଣ୍ଡିଆ ଗେଟର ଯାଇ ଜାତୀୟ ଯୁଦ୍ଧ ସ୍ମାରକୀରେ ‘ଜ୍ୟୋତି’ର ବିଲୟ । ଆଜିଠୁ ଆଉ ଇଣ୍ଡିଆ ଗେଟରେ ଦେଖାଯିବନି ଜ୍ୟୋତି ।

ଭାରତ-ପାକିସ୍ତାନ ସହିତ ୧୯୭୧ ରେ ହୋଇଥିବା ଯୁଦ୍ଧକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକକୁ ସିଫ୍ଟ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଇଣ୍ଡିଆ ଗେଟ୍ ପରିସରରେ ଦୀର୍ଘ ବର୍ଷ ଧରି ଜଳିଆସୁଥିବା ଏହି ଅମର ଯବାନ ଜ୍ୟୋତିକୁ ଗଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକରେ ଜଳୁଥିବା ନିଆଁରେ ବିଲୟ କରାଗଲା ।

ତେବେ ଅମର ଯବାନ ଜ୍ୟୋତି ସ୍ଥାନରେ ଇଣ୍ଡିଆ ଗେଟ୍ ରେ ସ୍ଥାନ ପାଇବ ନେତାଜୀ ସୁଭାସ ଚନ୍ଦ୍ର ବୋଷ୍ ଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ତିଆରି ହେବା ଯାଏ ରହିବ ହୋଲୋଗ୍ରାମ୍ ଛବି । ଜାନୁଆରୀ ୨୩ରେ ହୋଲୋଗ୍ରାମ ମୂର୍ତ୍ତିର ଉଦଘାଟନ ହେବ । ୧୨୫ ତମ ଜୟନ୍ତୀ ଅବସରରେ ସ୍ଥାନ ପାଇବ ଗ୍ରାନାଇଟ ପ୍ରତିମୂର୍ତ୍ତି ।

Get real time updates directly on you device, subscribe now.