ଥରହର ବିଜେଡ଼ି… ଛାଡିଦେଇ ନବୀନଙ୍କ ହାତ ପଦ୍ମ ଧରିଲେ ଅମର, ଖଣ୍ଡ ଖଣ୍ଡ ହେଇ ଭାଙ୍ଗୁଛି ନବୀନଙ୍କ ବିଜେଡ଼ି ଗଡ଼
ବିଜେଡିର ପୂର୍ବତନ ରାଜ୍ୟସଭା ଏମ୍ପି ଅମର ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ି ପଦ୍ମ ଧରିଛନ୍ତି।
ଭୁବନେଶ୍ୱର: ବିଜେଡିର ପୂର୍ବତନ ରାଜ୍ୟସଭା ଏମ୍ପି ଅମର ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ି ପଦ୍ମ ଧରିଛନ୍ତି। ଆଜି ଅମର ବିଜେଡି ଛାଡ଼ି ଭାଜପାରେ ସାମିଲ ହେଇଛନ୍ତି । ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅମର ଆଜି ପଦ୍ମ ଧରିଛନ୍ତି ।
ଅମରଙ୍କ ସହ ଆଜି ଆଉ ଦୁଇ ବିଜେଡି ନେତା ଭାଜପାରେ ମଧ୍ୟ ସାମିଲ ହେବେ। ରାଜ୍ୟସଭାରେ ଅମରଙ୍କ କାର୍ଯ୍ୟକାଳ ସରିଯାଇଛି। ସେ ଏବେ ଦଳର ଆଇଟି ସେଲ୍ କଥା ବୁଝୁଥିଲେ କିନ୍ତୁ ଏବେ ସେ ବିଜେପିରେ ସାମିଲ ହେଇଛନ୍ତି। ସେହିପରି ଶ୍ରମୀୟୀ ଦଳ ବିରୋଧୀ ମନ୍ତବ୍ୟ ଦେଇ ବାରମ୍ବାର ଚର୍ଚ୍ଚାକୁ ଆସିବା ପରେ ଦଳରୁ ବିତାଡ଼ିତ ହୋଇଛନ୍ତି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ବଡ଼ ଧରଣର ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି। ନୂଆପଡା ଉପନିର୍ବାଚନ ପାଇଁ ବାସ ଆଉ କିଛି ଦିନ ଥିବା ବେଳେ ଅମର ବିଜେଡି ଛାଡ଼ିଛନ୍ତି । ସେପଟେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ନୂଆପଡା ଗସ୍ତରେ ଯାଏ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ବେଳେ ଏପଟେ ବିଜେଡି ଗଡ଼ ଭାଙ୍ଗିବାର ଲାଗିଛି ।
ଦେଖିବାକୁ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ଦିନକୁ ଦିନ ସଶକ୍ତ ହେବାର ଲାଗିଛି । ବହୁ ଛାମୁଆ ନେତା ଦଳ ଛାଡି ବିଜେପିରେ ମିଶୁଛନ୍ତି । ନିର୍ବାଚନ ପରେ ନୂଆପଡା ପ୍ରଥମ ଉପନିର୍ବାଚନ ହେଇଥିବାରୁ ୩ଦଳ ଏହା ପାଇଁ ଜୋରସୋର କସରତ କରୁଛନ୍ତି ଦେଖିବା ବାକି ରହିଲା ଚଳିତ ଥର କିଏ ଏହି ଆସନ ହାତେଇବାରେ ସଫଳ ହେଉଛନ୍ତି ।
