ନବୀନଙ୍କ ମୁଣ୍ଡରେ ଚଡକ; ଆଜି ବିଜେପିରେ ମିଶିବେ ଅମର ପଟ୍ଟନାୟକ? ପୁଣି ଛାମୁ ନିରାଶ!
ଶଙ୍ଖ ଛାଡି ପଦ୍ମ ଧରିବେ ବିଜେଡି ନେତା ତଥା ପୂର୍ବତନ IA & AS ଅମର ପଟ୍ଟନାୟକ!
ଭୁବନେଶ୍ୱର: ଶଙ୍ଖ ଛାଡି ପଦ୍ମ ଧରିବେ କି ବିଜେଡି ନେତା ତଥା ପୂର୍ବତନ IA & AS ଅମର ପଟ୍ଟନାୟକ। ଆଜି ବିଜେପିରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳୁଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି ଅମର ପଟ୍ଟନାୟକ । ଏହି ସମୟରେ ରାଜ୍ୟ ବିଜେପି ସଭାପତି ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିପାରନ୍ତି । ସେହିପରି ନୂଆପଡ଼ା କିଛି ନେତା ମଧ୍ୟ ବିଜେପିରେ ହୋଇପାରନ୍ତି ସାମିଲ ।
ସୂଚନାମୁତାବକ ୨୦୧୮ ଅଗଷ୍ଟ ମାସ ୧୯ରେ ଅମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ । ଆଜି ଦିବା ୧୧ସମୟରେ ପାର୍ଟି ଅଫିସରେ ମିଶିପାରନ୍ତି ବୋଲି ସୂଚନା ମିଳୁଛି ।
ବିଜେଡିରେ ସାମିଲ ହେବାପରେ ବିଜେଡି ତାଙ୍କୁ ଆଇଟି ସେଲ୍ର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲା । ଏହାପରେ ଅମର ଲଗାତର ଭାବେ କାମ କରିଚାଲିଥିଲେ । ଯାହାର ଫଳସୂରୁପ ତାଙ୍କୁ ୨୦୧୯ ମସିହାରେ ଦଳ ରାଜ୍ୟସଭା ସାଂସଦ ଚୟନ କରିଥିଲା । ଆଉ ୨୦୧୯ରୁ ପାଞ୍ଚ ବର୍ଷ ଯାଏଁ ସେ ରାଜ୍ୟସଭାରେ ସଦସ୍ୟ ଭାବେ କାମ କରିଥିଲେ ।
ତେବେ ରାଜନୀତିରେ ଦଳ ବଦଳାଇବା କିଛି ବଡ଼ କଥା ନୁହେଁ । କିନ୍ତୁ ବର୍ତ୍ତମାନ ସମୟରେ ବିଜେଡିର ଯେଉଁ ପରିସ୍ଥିତି ରହିଛି ଅମରଙ୍କ ଦଳ ଛାଡିବା ବହୁତ ପ୍ରଭାବ ପକାଇପାରେ।
ଯଦି ଏହା ହେଲା ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଏହା ବିଜେପି ପାଇଁ ଖୁବ ଲାଭ ହେବାକୁ ଯାଉଛି । ନୂଆପଡ଼ା ଉପନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ନିହାତି ଭାବେ ପଜିଟିବ ଇମ୍ପାକ୍ଟ ପକାଇବ ।
