ମେଲାନିଆ ଟ୍ରମ୍ପ କେଉଁଠି? ୧୯ ଜୁଲାଇରୁ ନଜର ଆସୁନାହାନ୍ତି
ମେଲାନିଆ ହେଉଛନ୍ତି ଆମେରିକାର ପ୍ରଥମ ମହିଳା। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି
ନୂଆଦିଲ୍ଲୀ: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ। ସେ ଏବେ କେଉଁଠି? ସେ କାହିଁକି ସାର୍ବଜନୀନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କଠାରୁ ଦୂରେଇ ରହୁଛନ୍ତି? ଏହାକୁ ନେଇ ବ୍ରିଟିଶ ଖବରକାଗଜ ‘ଦ ଇଣ୍ଡିପେଣ୍ଡେଣ୍ଟ’ ଖବର ପ୍ରକାଶ ପାଇବା ପରେ ଆମେରିକା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
‘ଦ ଇଣ୍ଡିପେଣ୍ଡେଣ୍ଟ’ର ନ୍ୟୁୟର୍କ ସମ୍ବାଦଦାତା ବ୍ରେଣ୍ଡନ ରାସିୟସ ତାଙ୍କ ରିପୋର୍ଟରେ ପ୍ରଶ୍ନ କରିଛନ୍ତି; ମେଲାନିଆ କେଉଁଠି? ତାଙ୍କ ଅନୁପସ୍ଥିତିରେ ଟ୍ରମ୍ପଙ୍କ ସହଯୋଗୀ ନାଟାଲି ହାର୍ପ ସବୁବେଳେ ରାଷ୍ଟ୍ରପତିଙ୍କ ସହ ନଜର ଆସୁଛନ୍ତି। ରିପୋର୍ଟ ଅନୁସାରେ, ୧୯ ଜୁଲାଇ ୨୦୨୬ରେ ଫିଫା ବିଶ୍ୱକପ୍ ଫାଇନାଲ୍ ସମୟରେ ମେଲାନିଆ ଟ୍ରମ୍ପଙ୍କୁ ଶେଷ ଥର ପାଇଁ ସାର୍ବଜନୀନ ଭାବେ ଦେଖାଯାଇଥିଲା। ଏହାପରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମରେ ନଜର ଆସିନାହାନ୍ତି।
୧୯ ଜୁଲାଇ ପରେ ସାର୍ବଜନୀନ କାର୍ୟ୍ୟକ୍ରମଠାରୁ ଦୂରେ ମେଲାନିଆ: ମେଲାନିଆ ହେଉଛନ୍ତି ଆମେରିକାର ପ୍ରଥମ ମହିଳା। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି। ତେବେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି; ମେଲାନିଆଙ୍କ ସାର୍ବଜନୀନ ଜୀବନଠାରୁ ଦୂରେଇ ରହିବା ଆଉ କିଛି ନୂଆ ବାର୍ତ୍ତା ଦେଉନି ତ?
ରିପୋର୍ଟରେ ଏହା କୁହାଯାଇଛି; ମେଲାନିଆ ତାଙ୍କର ଅଧିକାଂଶ ସମୟ ଫ୍ଲୋରିଡା ଓ ନ୍ୟୁୟର୍କ ମଧ୍ୟରେ ବିତାଉଛନ୍ତି। ତାଙ୍କ ପୁଅ ବ୍ୟାରନ୍ ଟ୍ରମ୍ପ ନ୍ୟୁୟର୍କରେ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି। ଏହି କାରଣରୁ ମେଲାନିଆଙ୍କ ସମୟର ଏକ ଅଂଶ ପରିବାର ସହ ବିତୁଛି।
କିଏ ଏହି ନାଟାଲି ହାର୍ପ?: ମେଲାନିଆଙ୍କ ଅନୁପସ୍ଥିତି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କ୍ରମାଗତ ଭାବେ ନଜର ଆସୁଥିବା ମହିଳା ଅଧିକାରୀ ହେଉଛନ୍ତି ନାଟାଲି ହାର୍ପ। ୩୫ ବର୍ଷୀୟ ହାର୍ପ ଟ୍ରମ୍ପଙ୍କ ଘନିଷ୍ଠ ପରାମର୍ଶଦାତା ଓ ସହଯୋଗୀମାନଙ୍କ ମଧ୍ୟରୁ ଜଣେ। ସେ ଟ୍ରମ୍ପଙ୍କ ଅନେକ ସରକାରୀ କାର୍ୟ୍ୟକ୍ରମ, ଯାତ୍ରା ଓ ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କ ସହ ନଜର ଆସନ୍ତି। ସେ ରାଷ୍ଟ୍ରପତିଙ୍କ ସହ ଚୀନ୍ର ସରକାରୀ ଗସ୍ତରେ ମଧ୍ୟ ଯାଇଥିଲେ। ତେବେ ମେଲାନିଆ ଚୀନ୍ ଗସ୍ତରେ ଯାଇନଥିଲେ।


