fbpx

୨୧ ଜୁଲାଇରୁ ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା, ଜାଣନ୍ତୁ କେତେ ଶ୍ରଦ୍ଧାଳଙ୍କୁ ମିଳିବ ଅନୁମତି?

ନୂଆଦିଲ୍ଲୀ,୬ ।୭: ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା । ସୂଚନା ମୁତାବକ, ଚଳିତ ବର୍ଷ କେବଳ ୧୦,୦୦୦ ଭକ୍ତଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଉଛି । କୁହାଯାଉଛି ଯେ, ଏଥର କେବଳ ବାଲଟାଲ ରୁଟରୁ ଅମରନାଥ ଯାତ୍ରା ଆରମ୍ଭ ହେବ ।

ଏପରି କି ହେଲିକାପ୍ଟର ଯୋଗେ ଯାତ୍ରାକୁ ମଧ୍ୟ ବିଚାର କରାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଗୋଟିଏ ଦିନରେ କେବଳ ୫୦୦ ଭକ୍ତଙ୍କୁ ଗୁମ୍ଫା ଭିତରକୁ ଯିବାକୁ ଅନୁମତି ଦିଆଯିବ । ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କୁ କରୋନା ଟେଷ୍ଟ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଶ୍ରଦ୍ଧାଳୁଙ୍କର ରିପୋର୍ଟ ନେଗେଟିଭ୍ ନଆସିଛି, ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡିବ । ଏନେଇ ଅନଲାଇନ୍ ପଞ୍ଜୀକରଣର ବ୍ୟବସ୍ଥା କରାଯାଇପାରେ । କୁହାଯାଉଛି ଯେ, ୨ ସପ୍ତାହର ଏହି ଅମରନାଥ ଯାତ୍ରା ଅଗଷ୍ଟ ୩ ପର୍ଯ୍ୟନ୍ତ ଚାଲିବ ।

Get real time updates directly on you device, subscribe now.