fbpx

ବୈଜ୍ଞାନିକଙ୍କ ଅଦ୍ଭୁତ ସୃଷ୍ଟି : ତିଆରି କରିଲେ ଏହି ଜିନିଷ, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ:ବୈଜ୍ଞାନିକମାନେ ପୃଥିବୀ ସମେତ ମହାକାଶରେ କଣ ସବୁ ରହିଛି ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିଥାନ୍ତି । ଏତିସହିତ ସେହି ରିସର୍ଚ୍ଚକୁ ସଫଳ କରିବା ପାଇଁ ଅନେକ ପ୍ରରାର ପରିକ୍ଷଣ ମଧ୍ୟ କରିଥାନ୍ତି । ଏହି ପରିକ୍ଷଣରୁ କିଛି ଟା ସଫଳ ହେଉଥିବା ବେଳେ କିଛି କ୍ଷେତ୍ରରେ ବିଫଳ ମଧ୍ୟ ହୋଇଥାନ୍ତି । ତେବେ ଏହାରି ମଧ୍ୟରେ ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏକ ଆର୍ଟିଫିସିଆଲ୍ ସନ୍ ବା ‘କୃତ୍ରିମ ସୂର୍ଯ୍ୟ’ ଉଦ୍ଭାବନ କରିଛନ୍ତି । ସିଓଲ୍ ଜାତୀୟ ବିଶ୍ୱବିଦ୍ୟାଳୟ ଏବଂ କୋରିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟୁଜନ୍ ଏନର୍ଜିର ମିଳିତ ଉଦ୍ୟମରେ ତାହା ସଫଳ ହୋଇଛି । ଯାହାକି ସ୍ୱଚ୍ଛ ଆଣବିକ ଶକ୍ତି ପ୍ରଦାନ କ୍ଷେତ୍ରରେ ବେଶ୍ ସହାୟକ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

କୋରିଆ ସୁପରକଣ୍ଡକ୍ଟିଂ ଟୋକାମାକ୍ ଆଡଭାନ୍ସଡ୍ ରିସର୍ଚ୍ଚରେ ବୈଜ୍ଞାନିକମାନେ ଏହି କୃତ୍ରିମ ସୂର୍ଯ୍ୟ ତିଆରି କରିଛନ୍ତି । ଯାହାକି ୩୦ ସେକେଣ୍ଡ ପାଇଁ ୧୦୦ ମିଲିୟନ ଡିଗ୍ରୀ ଯାଏଁ ପହଞ୍ଚିପାରିବ । ଯେତେବେଳେ କି ସୂର୍ଯ୍ୟଙ୍କ ତାପମାନ ୧୫ ମିଲିୟନ ଡିଗ୍ରୀ ରହିଥାଏ । ସୂଚନାଯୋଗ୍ୟ ଯେ ନ୍ୟୁକ୍ଲିୟର ଫ୍ୟୁଜନ୍ ବା ଆଣବିକ ଗ୍ୟାସ୍ ହେଉଛି ଆଣବିକ ଶକ୍ତିର ଉତ୍ସ । ଯାହାକି ସୂର୍ଯ୍ୟଙ୍କୁ ଖୁବ ଶକ୍ତିଶାଳୀ କରିବା ସହ ଏହି ଗ୍ୟାସ୍ ଦ୍ୱାରା ପରମାଣୁ ନାଭିକ ଏକତ୍ରିତ ହୋଇ ସୂଯ୍ୟଙ୍କ ମଧ୍ୟରେ ବ୍ୟାପକ ପରମାଣୁ ଶକ୍ତି ଉତ୍ପନ୍ନ କରିଥାନ୍ତି । ସାଉଥ୍ କୋରିଆ ତିଆରି କରିଥିବା କୃତ୍ରିମ ସୂର୍ଯ୍ୟ ବିପୁଳ ପରିମାଣର ଶକ୍ତି ପ୍ରଦାନ କରିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ରହିଛନ୍ତି । ଯାହା ଫଳରେ ଶକ୍ତି ସମସ୍ୟା ଦୂର ହୋଇପାରିବ ।

କୋରିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟୁଜନ୍ ଏନର୍ଜି ସଭାପତି ୟୋ ସୁକ୍-ଜାଏ କହିଛନ୍ତି, ‘ଫ୍ୟୁଜନ୍ ଏନର୍ଜି (ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ହେଉଥିବା ଗ୍ୟାସ୍) ହେଉଛି ଅସରନ୍ତି ଭଣ୍ଡାର । ଏହାକୁ ଯେତେ ମାତ୍ରାରେ ବ୍ୟବହାର କରିଲେ ମଧ୍ୟ ତାହା ଶେଷ ହେବ ନାହିଁ ଏବଂ ନିର୍ଗମନର ଆଶଙ୍କା ମଧ୍ୟ କମ ରହିଛି । ବୈଜ୍ଞାନିକମାନେ କୃତ୍ରିମ ସୂର୍ଯ୍ୟଙ୍କୁ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛନ୍ତି । ଏହି ରିଆକ୍ଟରକୁ ୫ ମିନିଟ୍ ଯାଏଁ ପରୀକ୍ଷାମୂଳକ ଭାବେ ଚାଲୁ କରାଯିବ । ବୈଜ୍ଞାନିକଙ୍କ କହିବା କଥା ଯେ ସୂର୍ଯ୍ୟଙ୍କ ମଧ୍ୟରେ ଫ୍ୟୁଜନ୍ ଗ୍ୟାସ ଯେଉଁଭଳି ଭାବେ ବିଖଣ୍ଡନ ହୋଇଥାଏ ଏହି କୃତିମ ସୂର୍ଯ୍ୟରେ ତାହା ହେବ ନାହିଁ । ଯାହା ଦ୍ୱାରା କି ଦୁର୍ଘଟଣାର ଆଶଙ୍କା କମ୍ ରହିବ । ଏହାକୁ ଅତି କମରେ ୫ ମିନିଟ୍ ଯାଏଁ ନିହାତି ଭାବେ ଚଳାଇବା ଆବଶ୍ୟକ । ଫଳରେ କୃତ୍ରିମ ସୂର୍ଯ୍ୟଙ୍କୁ ସବୁଦିନ ପାଇଁ ଚାଲୁ କରାଯାଇ ପାରିବ ।

Get real time updates directly on you device, subscribe now.