fbpx

ଅନଲାଇନ ସପିଂ କରୁଥିବା ଲୋକଙ୍କ ପାଇଁ ବଡ ଖବର: ସ୍ଥଗିତ ହେଲା ଆମାଜନର ପ୍ରାଇମ୍ ଡେ ସେଲ୍‌

ନୂଆଦିଲ୍ଲୀ,୮ ।୪: କରୋନା ମହାମାରୀ ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଅନଲେଇନ୍ ସପିଂ କରୁଥିବା ଗ୍ରାହକମାନଙ୍କୁ ଝଟକା ଲାଗିଛି । କାରଣ ସବୁଠାରୁ ବଡ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ନିଜର ବାର୍ଷିକ ପ୍ରାଇମ ଡେ ସେଲକୁ ସ୍ଥଗିତ କରିଛି । କରୋନାର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରୁ ରଖି କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କରୋନାର ଦ୍ୱିତୀୟ ଲହରର ଶିକାର ହୋଇଛି ଭାରତ । ଦୈନିକ ୪ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ୪ ହଜାର ପାଖାପାଖି ଆକ୍ରାନ୍ତଙ୍କ ଜୀବନ ଯାଉଛି । ଏବେ ମେଡିକାଲରେ ବେଡର ଅଭାବ ସହ ଅକ୍ସିଜେନର ଅଭାବ ମୁଖ୍ୟ ସମସ୍ୟା ପାଲଟିଛି । ଏହି ସମୟରେ ଆମାଜନ ଓ ଗୁଗୁଲ ଭଳି କମ୍ପାନୀ ଦେଶକୁ ମେଡିକାଲ ଉପକରଣ ଯୋଗାଇବାରେ ସାହାର୍ଯ୍ୟର ହାତ ବଢାଇଛନ୍ତି ।

କେବଳ ଭାରତ ନୁହେଁ, କରୋନା ମାମଲାକୁ ଦୃଷ୍ଟିରେ ରଖି କାନାଡାରେ ମଧ୍ୟ ଆମାଜନ ନିଜର ପ୍ରାଇମ ଡେ ବିକ୍ରିକୁ ସ୍ଥଗିତ କରିଛି । କମ୍ପାନୀ କହିଛି ଯେ, ଉଭୟ ଦେଶରେ ବାର୍ଷିକ ସେଲକୁ ନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ । ତେବେ ପ୍ରତିବର୍ଷ ଆମାଜନ ନୂଆ ପ୍ରାଇମ ମେମ୍ବରକୁ ଆକର୍ଷିତ କରିବା ପାଇଁ ୨ ଦିନିଆ ପ୍ରାଇମ ଡେ ସେଲ କରିଥାଏ । ଏହି ସମୟରେ ସ୍ମାର୍ଟଫୋନ୍‌, ଲାପଟପ୍ ଆଦି ଉପକରଣରେ ପ୍ରାଇମ ମେମ୍ବରଙ୍କୁ ରିହାତି ମିଳିଥାଏ । ନୂଆ ପ୍ରାଇମ ସଦସ୍ୟ ପାଇବା ପାଇଁ କମ୍ପାନୀ ପକ୍ଷରୁ ଏହି ସେଲ କରାଯାଇଥାଏ ।

Get real time updates directly on you device, subscribe now.