fbpx

ୟୁକ୍ରେନକୁ ୮୨ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଦେବ ଆମେରିକା, ଆହୁରୀ ତୀବ୍ର ହେବ ଯୁଦ୍ଧ

କିଭ୍‌: ଋଷ-ୟୁକ୍ରେନ ଯୁଦ୍ଧ ୧୨୮ ଦିନରେ ପହଞ୍ଚି ଥିବାବେଳେ ଥମିବାର ନାଁ ଧରୁନି । ଏହି କ୍ଷେତ୍ରରେ ଆମେରିକା ୟୁକ୍ରେନକୁ ୮୨ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଓ ବିଭିନ୍ନ ସରଞ୍ଜାମ ସହାୟତା ଦେବ ବୋଲି ଘୋଷଣା କରିଛି । ଫଳରେ ଋଷ ୟୁକ୍ରେନ ମଧ୍ୟ ଯୁଦ୍ଧ ଆହୁରି ତୀବ୍ର ହେବ ବୋଲି ଆଶଙ୍କା କରାଯାଇଛି। ଋଷ ସେନା ୟୁକ୍ରେନ୍ ବିଭିନ୍ନ ସହରକୁ ଟାଗେର୍ଟ କରି ମିସାଇଲ ମାଡ କରୁଛି। ଶୁକ୍ରବାର ଦକ୍ଷିଣ ୟୁକ୍ରେନର ଓଡ଼େଶା ଓବ୍ଲାଷ୍ଟସ୍‌ରେ ଏକ ଅପାର୍ଟମେଣ୍ଟ ଏବଂ ଇଣ୍ଟରଟେନମେଣ୍ଟ ସେଣ୍ଟର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୨୧ଲୋକଙ୍କ ଜୀବନ ଯିବା ସହ ୩୦ରୁ ଊଦ୍ଧ୍ୱର୍ ଆହତ ହୋଇଥିବା ସୂଚନା ମିଳିଛି ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ, ଏଯାବତ୍‌ ୩ ଜଣ ପିଲାଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଓଡ଼େଶାର ରାଜ୍ୟପାଳ କହିଛନ୍ତି, ଏହା ସଂପୂର୍ଣ୍ଣ ଭାବେ ରୁଷ୍‌ର ଆତଙ୍କୀ କାର୍ଯ୍ୟକଳାପ । ରୁଷ ସେନା ସ୍ନେକ୍‌ ଆଇସ୍‌ଲାଣ୍ଡ ଉପରେ ଫସ୍‌ଫରସ୍‌ ବୋମାମାଡ଼ କରିଥିବା ୟୁକ୍ରେନୀ ସେନା ଅଭିଯୋଗ କରିଛନ୍ତ।

Get real time updates directly on you device, subscribe now.