fbpx

ପ୍ରଥମେ ଅମର ଓ ଏବେ ଆକବରଙ୍କ ଦେହାନ୍ତରେ ମର୍ମହତ ଆନ୍ଥୋନୀ

ଭୁବନେଶ୍ୱର:୩୦ ।୪(ଓଡିଶା ଭାସ୍କର) : ୭୦ ଦଶକରେ ମୁକ୍ତିଲାଭ କରିଥିଲା ବଲିଉଡ ଚଳିଚିତ୍ର ଅମର,ଆକବର,ଆନ୍ଥୋନୀ । ସେତେବେଳେ ଚହଳ ସୃଷ୍ଟି କରିଥିଲା ଏହି ଫିଲ୍ମ । ଏତେ ଲୋକପ୍ରିୟ ଥିଲା ଯେ ସେତେବେଳ ୧୫ କୋଟିର ବ୍ୟବସାୟ କରିଥିଲା । ମନମୋହନ ଦେଶାଇଙ୍କ ଏହି ଫିଲ୍ମଟି ତିନି ଭାଇଙ୍କ ଉପରେ ଆଧାରିତ ଥିଲା । ଗୋଟିଏ ପରିବାରର ତିନି ଭାଇ କିପରି ପରସ୍ପର ଠାରୁ ପିଲାବେଳେ ଅଲଗା ହୋଇ ତିନି ଭିନ୍ନ ଧର୍ମରେ ବଢ଼ୁଛନ୍ତି ଓ ବଡ ହେବା ପରେ ପୁଣି ସଭିଙ୍କ ପରିଚୟ ହେଉଛି ତାହା ଥିଲା କଥା ବସ୍ତୁ ।

ଏହି ତିନିଭାଇ ଅମର ଭୂମୀକାରେ ଥିଲେ ବିନୋଦ ଖାନ୍ନା,ଆକବର ଭୂମୀକାରେ ଥିଲେ ଋଷି କପୁର ଓ ଆନ୍ଥୋନୀ ଭୂମୀକାରେ ଥିଲେ ଅମିତାଭ ବଚ୍ଚନ । ଫିଲ୍ମରେ ସିନା ତିନି ଭାଇର ରୋଲ କରିଥିଲେ କିନ୍ତୁ ବାସ୍ତବ ଜୀବନରେ ପରସ୍ପରର ତିନି ଜଣଯାକ ଥିଲେ ଭଲ ବନ୍ଧୁ । ବିନୋଦ ଖାନ୍ନାଙ୍କର ୨୦୧୭ ମସିହାରେ ପରଲୋକ ହୋଇଯାଇଥିଲା । ଆଉ ଆଜି ମୃତ୍ୟୁ ବରଣ କରିଛନ୍ତି ଋଷି କପୁର ।ଏକା ହୋଇଯାଇଛନ୍ତି ଆନ୍ଥୋନୀ ବା ଅମିତାଭ ବଚ୍ଚନ । ଯେ ଋଷି ଙ୍କ ବିୟୋଗରେ ଗଭୀର ଭାବେ ମର୍ମାହତ ହୋଇଛନ୍ତି ।

Get real time updates directly on you device, subscribe now.