ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଆମ୍ରପାଲୀଙ୍କ ମା’ ହେବାକୁ ଚାହୁଁଛନ୍ତି!
ଆମ୍ରପାଲୀ ଦୁବେ ହେଉଛନ୍ତି ଭୋଜପୁରୀ ସିନେମାର ଜଣେ ସୁପରଷ୍ଟାର। ଖୁବ୍ ଶୀଘ୍ର ସେ ରିଆଲିଟି ଶୋ ‘ଭୋଜପୁରୀ ବବାଲ’ରେ ନଜର ଆସିବେ
ନୂଆଦିଲ୍ଲୀ: ଭୋଜପୁରୀ ଫିଲ୍ମର ସେକ୍ସି ଆଣ୍ଡ ହଟ୍ ଅଭିନେତ୍ରୀ ହେଉଛନ୍ତି ଆମ୍ରପାଲି ଦୁବେ। ଆଜି କାଲି ସେ ନିଜର ଲଭ ଏଫାୟାରକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଚର୍ଚ୍ଚା ଥମିନଥିବା ବେଳେ ତାଙ୍କର ଆଉ ଏକ ଡାଇଲଗକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଆଲୋଚେନା ହେଉଛି।
ନିକଟରେ ଏକ ରିଆଲିଟି ଶୋ’ରେ ଭାଗ ନେଇ ମାଆ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଅମ୍ରପାଲୀ। କିନ୍ତୁ ଏତେ ସହଜ ନୁହେଁ ବୋଲି ସେ କହିଥିବା ଜଣାପଡ଼ିଛି। ଆମ୍ରପାଲିଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଯାହାକୁ ନେଇ ସିନେ ଇଣ୍ଡଷ୍ଟ୍ରୀରେ ନାନା ଚର୍ଚ୍ଚା ହେଉଛି।
ଆମ୍ରପାଲୀ ଦୁବେ ହେଉଛନ୍ତି ଭୋଜପୁରୀ ସିନେମାର ଜଣେ ସୁପରଷ୍ଟାର। ଖୁବ୍ ଶୀଘ୍ର ସେ ରିଆଲିଟି ଶୋ ‘ଭୋଜପୁରୀ ବବାଲ’ରେ ନଜର ଆସିବେ। ଶୋ’ ଆରମ୍ଭ ହେବା ପୂର୍ବରୁ ହିଁ ଏହା ଚର୍ଚ୍ଚାରେ ଆସି ଯାଇଛି। ଶୋ’ର ପ୍ରୋମୋ ଗୁଡ଼ିକ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
ସଦ୍ୟତମ ପ୍ରୋମୋରେ ଆମ୍ରପାଲୀ ଦୁବେ ମା’ ହେବାର ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ୟ୍ୟଚକିତ କରିଛି। ତାଙ୍କ କଥା ଶୁଣି ଅନେକ ପ୍ରଶଂସକ ଭାବପ୍ରବଣ ହୋଇପଡ଼ିଛନ୍ତି।
Uttarakhand Govt.
ମା’ ହେବାକୁ ଚାହୁଁଛନ୍ତି ଆମ୍ରପାଲୀ: ସେ କହିଛନ୍ତି; “ମୁଁ ମୋ ଜୀବନର ସବୁଠୁ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଏହାର ପରିଣାମ କ’ଣ ହେବ, ମୋ ପରିବାର କିପରି ପ୍ରତିକ୍ରିୟା ଦେବେ, ମୋ ପ୍ରଶଂସକମାନେ କ’ଣ କହିବେ, ମୁଁ ଜାଣିନି। କିନ୍ତୁ ମୋତେ ଏହା କରିବାକୁ ହେବ। ମୁଁ ମା’ ହେବାକୁ ଚାହୁଁଛି।”
ଆମ୍ରପାଲୀଙ୍କ ଏହି କଥା ଶୁଣି ତାଙ୍କ ବାପାଙ୍କ ସହ ପରିବାରର ସମସ୍ତ ସଦସ୍ୟ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଆନ୍ତି। ଆମ୍ରପାଲୀଙ୍କ ସହ ଅଭିନେତା ନିରହୁଆ କହନ୍ତି, “ଏହା ଏତେ ସହଜ ହେବ ନାହିଁ।” ଆମ୍ରପାଲୀ ଆତ୍ମବିଶ୍ୱାସର ସହ “ହଁ” କହିଥିଲେ ମଧ୍ୟ ତାଙ୍କ ଆଖିରେ ଲୁହ ଆସିଯାଇଥିଲା।
ସେ କହନ୍ତି, ଗୋଟିଏ ପିଲାକୁ ଏକାକୀ ବଡ଼ କରିବା ଆଦୌ ସହଜ ନୁହେଁ।
ଏହାର ଉତ୍ତରରେ ନିରହୁଆ କହିଛନ୍ତି, ମୋତେ ଲାଗୁଛି, ଆପଣଙ୍କଠାରୁ ଅଧିକ ଆପଣଙ୍କ ପରିବାର ଲୋକଙ୍କୁ…”
ଏହା ପରେ ଆମ୍ରପାଲୀ ନିଜ କଥା ଜାରି ରଖି କୁହନ୍ତି ଯେ ମୋ ଜୀବନରେ ସବୁବେଳେ “ବିବାହ… ବିବାହ… ବିବାହ…” କଥା ହିଁ ଚାଲିଥାଏ। ଏହାର ଜବାବରେ ନିରହୁଆ ପଚାରନ୍ତି, ‘ତା’ହେଲେ ଆପଣ ବିବାହ କରୁନାହାଁନ୍ତି କାହିଁକି?’ ନିରହୁଆଙ୍କ ଏହି ପ୍ରଶ୍ନ ଶୁଣି ଆମ୍ରପାଲୀ ଆଶ୍ଚର୍ୟ୍ୟ ହୋଇଯାଆନ୍ତି।
ଆମ୍ରପାଲୀଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଚର୍ଚ୍ଚାର ଝଡ଼ ଆରମ୍ଭ ହୋଇଯାଇଛି। କେତେକ ଲୋକ ଅନୁମାନ କରୁଛନ୍ତି ଯେ ସେ ବିବାହ ନକରି ମା’ ହେବାର ନିଷ୍ପତ୍ତି ନେଇପାରନ୍ତି। ଅନ୍ୟପକ୍ଷରେ, ଅନେକ ପ୍ରଶଂସକ ତାଙ୍କ ଏହି ବଡ଼ ଘୋଷଣା ପଛର ପ୍ରକୃତ ସତ୍ୟ ଜାଣିବାକୁ ଉତ୍ସୁକ ଅଛନ୍ତି।

