fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଇସ୍ତଫା

ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଶନିବାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ଦଳୀୟ ଗୋଷ୍ଠି କନ୍ଦଳ କାରଣରୁ ଅମରିନ୍ଦର ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅମରିନ୍ଦର ଇସ୍ତଫା ପ୍ରଦାନ କରିଥିଲେ ।
ଦୀର୍ଘଦିନ ଧରି ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁଙ୍କ ସହିତ ଅମରିନ୍ଦରଙ୍କ କ୍ଷମତା ଯୁଦ୍ଧା ଜାରି ରହିଥିଲା । ବିଧାୟକ ମାନଙ୍କ ଜରୁରୀ କାଳୀନ ବୈଠକ ପୂର୍ବରୁ ଅମରିନ୍ଦର ଇସ୍ତଫା ପ୍ରଦାନ କରିଥିବାରୁ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.