ଭାରତ ପାଇଁ ଗୌରବ: ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ୩୭ତମ ସ୍ଥାନରେ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍
ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ଆଧାରରେ ହୋଇଥିବା ଏହି ମୂଲ୍ୟାଙ୍କନରେ ବିଶ୍ୱର ୧୧୫ରୁ ଅଧିକ ଦେଶର ୧୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ୩୭ତମ ସ୍ଥାନ ପାଇଛି।
ଭୁବନେଶ୍ୱର: ଅମ୍ରିତା ବିଶ୍ୱ ବିଦ୍ୟାପୀଠମ, ଟାଇମ୍ସ ହାୟର ଏଜୁକେଶନ (ଟିଏଚଇ) ସଷ୍ଟେନାବିଲିଟି ଇମ୍ପାକ୍ଟ ରେଟିଙ୍ଗ୍ସ୨୦୨୬ରେ, ଶିଳ୍ପ, ଉଦ୍ଭାବନ ଓ ଭିତିଭୂମି (ଏସଡିଜି ୯) ବିଭାଗରେ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ସମ୍ମାନ ସ୍ଥାୟୀ ଭିତିଭୂମି ଗଠନ, ସମାବେଶୀ ଓ ସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହନ ଓ ଉଦ୍ଭାବନକୁ ବିକଶିତ କରିବାରେ ବିଶ୍ୱବିଦ୍ୟାଳୟର ଅବଦାନକୁ ସ୍ୱୀକୃତି ପ୍ରଦାନ କରିଛି । ପୂର୍ବରୁ ଟିଏଚଇ ଇମ୍ପାକ୍ଟ ର୍ୟାଙ୍କିଙ୍ଗ୍ସ ଭାବେ ପରିଚିତ ଏହି ପ୍ରତିଷ୍ଠିତ ମୂଲ୍ୟାଙ୍କନ ପ୍ରଣାଳୀ ହେଉଛି ବିଶ୍ୱର ଏକମାତ୍ର ଗ୍ଲୋବାଲ ପର୍ଫର୍ମାନ୍ସ ଟେବୁଲ ଯାହା ମିଳିତ ଜାତିସଂଘର ୧୭ ଏସଡିଜି ପ୍ରତି ବିଶ୍ୱବିଦ୍ୟାଳୟଗୁଡିକ କିଭଳି କାର୍ଯ୍ୟ କରୁଛନ୍ତି ତାହାକୁ ମୂଲ୍ୟାଙ୍କନ କରିଥାଏ ।
ବିଶ୍ୱର ୧୧୫ରୁ ଅଧିକ ଦେଶର ୧୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ମଧ୍ୟରେ ଅମ୍ରିତା ବିଦ୍ୟାପୀଠମ ୩୭ତମ ର୍ୟାଙ୍କି ହାସଲ କରିଛି । ଏହି ଫଳାଫଳ ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଗ୍ଲୋବାଲ ସଷ୍ଟେନେବୁଲ ଡେଭ୍ଲପମେଂଟ କଂଗ୍ରେସ ୨୦୨୬ରେ ଘୋଷଣା କରାଯାଇଛି । ଅମ୍ରିତା ବିଶ୍ୱ ବିଦ୍ୟାପୀଠମ ୫ଟି ଏସଡିଜି ବିଭାଗରେ ବିଶ୍ୱର ଶୀର୍ଷ ୨୫ ମଧ୍ୟରେ ସ୍ଥାନ ଅର୍ଜନ କରିଛି, ତାହା ହେଉଛି ଗୁଣାତ୍ମକ ଶିକ୍ଷା (ଏସଡିଜି ୪), ଲିଙ୍ଗଗତ ସମାନତା (ଏସଡିଜି ୫), ଦାରିଦ୍ର୍ୟ ନିରାକରଣ (ଏସଡିଜି ୧), ସ୍ୱଚ୍ଛ ଜଳ ଓ ପରିଷ୍କାରତା (ଏସଡିଜି ୬) ଏବଂ ସୁଲଭ ଓ ସ୍ୱଚ୍ଛ ଉର୍ଜା (ଏସଡିଜି ୭) ।
ଏହି ସ୍ୱୀକୃତି ପାଇଁ ବିଶ୍ୱବିଦ୍ୟାଳୟର ଚାନ୍ସେଲର ଏବଂ ଆଧ୍ୟାତ୍ମିକ ନେତୃତ୍ୱବାଦୀ ପୂଜ୍ୟ ଶ୍ରୀ ମାତା ଅମୃତାନନ୍ଦମୟୀ ଦେବୀ (ଅମ୍ମା) ଟିଏଚଇ ଇମ୍ପାକ୍ଟ ରେଟିଙ୍ଗ୍ସକୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ର୍ୟାଙ୍କିଙ୍ଗ ବିଶ୍ୱବିଦ୍ୟାଳୟ ଓ ଗବେଷକଙ୍କୁ କେବଳ ଅନୁଦାନ, ପ୍ରକାଶନ କିମ୍ବା ବୁଦ୍ଧିମତା ଆଧାରରେ ନୁହେଁ ବରଂ ସମାଜ ଉପରେ ପଡୁଥିବା ପ୍ରାକୃତିକ ପ୍ରଭାବ ଆଧାରରେ ମୂଲ୍ୟାଙ୍କନ କରୁଛି । ଆମେ ଏହା ଭାବିବା ଉଚିତ ଯେ, ସମାଜର ସବୁଠାରୁ ଦୁର୍ବଳ ଓ ବଂଚିତ ବର୍ଗଙ୍କ ସେବା ପାଇଁ ଆମର ଗବେଷଣା କେତେ ମାତ୍ରାରେ ଉପଯୋଗୀ ହୋଇପାରୁଛି ।
ଏହା ଆମର ପ୍ରଭାବକୁ ଅଧିକ ବ୍ୟାପକ ଓ ଅର୍ଥପୂର୍ଣ୍ଣ କରିବ ।” ସେହିପରି ବିଶ୍ୱ ବିଦ୍ୟାଳୟର ପ୍ରୋ-ଭାଇସ ଚାନ୍ସେଲର ଏବଂ ସ୍କୁଲ୍ ଫର ସଷ୍ଟେନାବିଲିଟି ଫ୍ୟୁଚର୍ସର ଡିନ୍ ଡଃ ମନୀଷା ଭି.ରମେଶ କହିଛନ୍ତି, “ଶିଳ୍ପ, ଉଦ୍ଭାବନ ଓ ଭିତିଭୂମି ବିଭାଗରେ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିବା ଆମର ଦୀର୍ଘଦିନର ବିଶ୍ୱାସକୁ ସ୍ଥାପିତ କରୁଛି ଯେ, ପ୍ରଯୁକ୍ତିର ସତ୍ୟ ମୂଲ୍ୟ ସେତେବେଳେ ପ୍ରକାଶ ପାଇଥାଏ, ଯେତେବେଳେ ଏହା ଅତ୍ୟାବଶ୍ୟକ ଲୋକଙ୍କ ପାଖରେ ପହଂଚିଥାଏ । । ଭୂସ୍ଖଳନ ପ୍ରବଣ ଅଂଚଳରେ ପୂର୍ବ ସତର୍କତା ପ୍ରଣାଳୀରୁ ଆରମ୍ଭ କରି ଦୂରସ୍ଥ ଗ୍ରାମଗୁଡ଼ିକୁ ସ୍ୱଚ୍ଛ ପାଣି ପହଂଚାଇବା ପର୍ଯ୍ୟନ୍ତ, ଆମେ ଆମର ଗବେଷଣାକୁ ତାହାର ପ୍ରକାଶନ ଦ୍ୱାରା ନୁହେଁ, ବରଂ ଏହା ଯେଉଁ ଜୀବନଗୁଡ଼ିକୁ ସୁରକ୍ଷା ଓ ଉନ୍ନତ କରିଛି ସେହି ଆଧାରରେ ମୂଲ୍ୟାଙ୍କନ କରୁ ।
ଭାରତର ୨,୮୦୦ ଗ୍ରାମରେ ଆମର କାର୍ଯ୍ୟକ୍ରମ ପ୍ରମାଣ କରେ ଯେ ଗବେଷଣାକୁ ଯେତେବେଳେ ଲୋକଙ୍କ ଜୀବନ ପରିବର୍ତନ କରୁଥିବା ସମାଧାନରେ ପରିଣତ କରାଯାଏ, ସେତେବେଳେ ହିଁ ପ୍ରକୃତ ପ୍ରଭାବ ସୃଷ୍ଟି ହୁଏ । ଏହି ସମ୍ମାନ ଆମ ସହ ଏହି ଉଦ୍ଭାବନ ଓ ସେବା ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକ ସମୁଦାୟର ଅଟେ ।”


