fbpx

କଣ ତୋ ନାଁ ମହମ୍ମଦ ? ଆଧାର କାର୍ଡ ଦେଖା… ବୃଦ୍ଧଙ୍କୁ ପିଟି ପିଟି ମାରି ଦେଲେ, ସନ୍ଦେହରେ ବିଜେପି ନେତା

ରତମାଲ: ରାଜସ୍ଥାନ ସଂଲଗ୍ନ ମଧ୍ୟ ପ୍ରଦେଶର ମନାସାରେ ମାନବ ଜାତିକୁ କୁଠାରଘାତ ଏବଂ ଲଜ୍ଜିତ କରୁଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବୃଦ୍ଧଙ୍କୁ ମୁସଲମାନ ହୋଇଥିବା ସନ୍ଦେହରେ ପିଟି ପିଟି ହତ୍ୟା କରାଯାଇଛି। ହତ୍ୟା କରାଯାଇଥିବା ବିଜେପି ନେତାଙ୍କ ଉପରେ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ବୃଦ୍ଧଙ୍କୁ ଅଭିଯୁକ୍ତ ଚାପୁଡା ମାରିବା ସହ ଆଧାରକାର୍ଡ ଦେଖାଇବାକୁ କହୁଥିବା ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ରତଲାମ ଜିଲ୍ଲାର ବାସିନ୍ଦା ଭଅଁରଲାଲ ଜୈନ।

ରତଲାମ ଜିଲ୍ଲାରେ ରହୁଥିବା ଏକ ପରିବାର ମେ ୧୫ରେ ରାଜସ୍ଥାନର ଚିତୌଗଢ ସ୍ଥିତ କିଲ୍ଲାରେ ପୂଜା କରୁଥିଲେ। ଏହାର ଦ୍ଵିତୀୟ ଦିନରେ ପରିଜନଙ୍କୁ କିଛି ନଜଣାଇ ଭଅଁରଲାଲ ଜୈନ ଅଚାନକ ଗାଏବ ହୋଇ ଯାଇଥିଲେ। ବହୁତ ଖୋଜାଖୋଜି ପରେ କୌଣସି ସନ୍ଧାନ ନମିଳିବାରୁ ପରିଜନ ଚିତୌଗଢ ଥାନାରେ ଏଫଆଇଆର ଦେଇଥିଲେ।

ଅନ୍ୟପଟେ ଗୁରୁବାର ମନାସାରେ ରାମପୁରା ରୋଡ୍ ସ୍ଥିତ ମାରୁତି ଶୋ ରୁମ ନିକଟରେ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଛି। ଆଉ ସେ ୬୫ ବର୍ଷୀୟ ଭଅଁରଲାଲ ଜୈନ ଭାବେ ଚିହ୍ନଟ ହୋଇଛନ୍ତି। ପୋଲିସ ମୃତକଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା। ଏହାର ସୂଚନା ମିଳିବା ମାତ୍ରେ ପରିଜନ ମନାସା ପହଞ୍ଚିଥିଲେ। ପୋଲିସ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାସ୍ତର କରିଛନ୍ତି।

ତେବେ ଏହି ମାମଲାରେ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ମୃତକଙ୍କ ଭାଇ ରାକେଶ ଜୈନଙ୍କ ମୋବାଇଲକୁ ଏକ ଭିଡିଓ ଆସିଛି। ଏଥିରେ ଭଅଁରଲାଲଙ୍କୁ ଜଣେ ବ୍ୟକ୍ତି ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ପିଟୁଥିବା ବ୍ୟକ୍ତି ବୃଦ୍ଧଙ୍କୁ ତୋ ନା କଣ ମହମ୍ମଦ ବୋଲି ପ୍ରଶ୍ନ କରୁଛନ୍ତି। ଆଧାରକାର୍ଡ ଦେଖାଇବାକୁ ମଧ୍ୟ କହୁଛନ୍ତି। ଆଉ ମାଡ ଖାଉଥିବା ଭଅଁରଲାଲ ୨୦୦ ଟଙ୍କା ନେଇ ଯାଆନ୍ତୁ କହୁଥିବା ଶୁଣିବାକୁ ମିଳିଛି। ପ୍ରବଳ ମାଡରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ଏହା ପରେ ମୃତକଙ୍କ ସାନ ଭାଇ ରାକେଶ ଜୈନ ଗାଁ ଲୋକଙ୍କ ସହିତ ମନାଥା ଥାନାରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ କଠୋର ଶାସ୍ତି ଦେବାକୁ ଦାବି କରିଛନ୍ତି। ମନାସା ପୋଲିସ ଭିଡିଓର ଯାଞ୍ଚ କରିବା ସହ ଅଭିଯୁକ୍ତର ଚିହ୍ନଟ କରିଛନ୍ତି। ଅଭିଯୁକ୍ତର ନାମ ହେଉଛି ଦିନେଶ କୁଶଓ୍ଵା। ସେ ମନାସାର କାଚ୍ଛି ଅଞ୍ଚଳର। ଅଭିଯୁକ୍ତଙ୍କ ପତ୍ନୀ ବିଜେପି ଟିକେଟରେ କର୍ପୋରେଟର ରହି ସାରିଛନ୍ତି। ପୋଲିସ ପୂରା ମାମଲାରେ ଆଇପିସିର ଧାରା ୩୦୪/୨ ଏବଂ ୩୦୨ ଆଧାରରେ ଏତଲା ରୁଜୁ କରିଛି। ପୋଲିସ ଅଭିଯୁ୍କ୍ତର ସନ୍ଧାନରେ ଜୁଟି ଯାଇଛନ୍ତି।

Get real time updates directly on you device, subscribe now.