fbpx

ଏହା ଏପରି ଏକ ସ୍କୁଲ ଯେଉଁଠାରେ ଯିଏ ପାଠ ପଢ଼ିବ ସିଏ ବିବାହ କରିବାକୁ ବାଧ୍ୟ

ଆଜି ଆମେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ବିଦ୍ୟାଳୟ ବିଷୟରେ କହିବାକୁ ଯାଉଅଛୁ । ଏହି ବିଦ୍ୟାଳୟରେ କେବଳ ଝିଅମାନେ ଶିକ୍ଷା ଗ୍ରହଣ କରିଥାନ୍ତି । ତେବେ ଝିଅମାନେ ଏଠାରେ କେବଳ ଶିକ୍ଷା ଗ୍ରହଣ କରିନଥାନ୍ତି, ବିବାହ ମଧ୍ୟ କରିଥାନ୍ତି । ଗୁଜୁରାଟର ଅହମ୍ମଦାବାଦରେ ଅବସ୍ଥିତ ଏହି ଆଦର୍ଶ ସ୍କୁଲର ନାମ ହେଉଛି ‘ଅନ୍ଧ କନ୍ୟା ପ୍ରକାଶ ଗୃହ’ । ବହୁ ବର୍ଷ ପୂର୍ବରୁ ଏହି ସ୍କୁଲ ଆରମ୍ଭ ହେବା ସମୟରେ ସେଠାରେ ମାତ୍ର ଚାରି ଜଣ ଝିଅ ପାଠ ପଢ଼ୁଥିଲେ । ମାତ୍ର ଆଜି ଏହା ଏକ ବୃହତ୍ ଆବାସିକ ସ୍କୁଲ ଭାବେ ଗଢ଼ି ଉଠିଛି ।

ବିଭିନ୍ନ ଲକ୍ଷ୍ୟ ନେଇ ଏହି ସ୍କୁଲଟି ସ୍ଥାପନ କରାଯାଇଥିଲା । ସ୍କୁଲ ମୁଖ୍ୟତଃ ଶାରୀରିକ ଅକ୍ଷମ ଝିଅମାନଙ୍କୁ ଶିକ୍ଷିତ କରି ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିଲା । ୧୯୫୪ ମସିହାରେ ଛତ୍ରପତି ନୀଳକାନ୍ତ ରାୟ ୧୦ ହଜାର ଟଙ୍କା ବ୍ୟୟରେ ଏହି ସ୍କୁଲ ସ୍ଥାପନ କରିଥିଲେ । ସଂପ୍ରତି ସ୍କୁଲଟି ଏକ ଏନଜିଓ ଦ୍ୱାରା ପରିଚାଳିତ ହେଉଛି । ଆଜି ଶାରୀରିକ ଅକ୍ଷମ ଝିଅମାନଙ୍କୁ ଉପଯୁକ୍ତ ଶିକ୍ଷା ଯୋଗାଇବା ସହ ରୋଜଗାରକ୍ଷମ କରାଇବାରେ ଏହି ସ୍କୁଲଟି ବେଶ ନାଁ କରିଛି ।

ସ୍କୁଲରେ ପାଠ ପଢ଼ିବାର କିଛି ବର୍ଷ ପରେ ଯେତେବେଳେ ଝିଅମାନଙ୍କର ବିବାହ ବୟସ ହୋଇଯାଏ, ସେତେବେଳେ ସେମାନଙ୍କୁ ସ୍କୁଲ ତରଫରୁ ବିବାହ କରାଇ ଦିଆଯାଏ । ସ୍କୁଲରେ ଝିଅମାନେ ବିଭିନ୍ନ ପ୍ରକାର ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ସେହି ସାମଗ୍ରୀଗୁଡ଼ିକୁ ବଜାରରେ ଗ୍ରାହକମାନେ ବହୁତ ପସନ୍ଦ କରିଥାନ୍ତି । ଅନ୍ୟ ସ୍କୁଲମାନଙ୍କଠାରୁ ଏହି ସ୍କୁଲ ନିଶ୍ଚିତ ଭାବେ ଭିନ୍ନ ଅଟେ ।

Get real time updates directly on you device, subscribe now.