fbpx

ଭାରତ ବିରୋଧରେ ସର୍ତ୍ତ ଲଗାନ୍ତୁ ନାହିଁ, ସଙ୍କଟରେ ଅଦାନୀଙ୍କ ସହ ଏପରି ଯୋଗଦେଲେ ଆନନ୍ଦ ମହିନ୍ଦ୍ରା

ନ୍ୟୁୟର୍କ: ଆମେରିକାର ସ୍କାର୍ଟ ସେଲିଂ ଫର୍ମ ହିଡେନବର୍ଗ ରିପୋର୍ଟ ପରେ ଗୌତମ ଅଦାନୀଙ୍କୁ ଉଦ୍ୟେଗପତି ଆନନ୍ଦ ମହିନ୍ଦ୍ରାଙ୍କ ସହଯୋଗ ମିଳିଛି । ଆନନ୍ଦ ମହିନ୍ଦ୍ରା କାହାର ନାମ ନ ନେଇ ବିଦେଶୀ ମିଡ଼ିଆ ଉପରେ ଅଭିଯୋଗ ଆଣିଛନ୍ତି । ଏହା ବ୍ୟତୀତ ଭାରତ ବିରୋଧରେ ସର୍ତ୍ତ ନ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ତେଣୁ ସେ ନିଜ ଟ୍ୱିଟରେ କହିଛନ୍ତି ଯେ, ‘ବିଶ୍ୱର ଗଣ ମାଧ୍ୟମ ଅନୁମାନ କରୁଛି ଯେ, ବ୍ୟବସାୟ କ୍ଷେତ୍ରରେ ଥିବା ଚୁକ୍ତି ଗୁଡ଼ିକ ବିଶ୍ୱର ଆର୍ଥିକ ଶକ୍ତି ବୃଦ୍ଧି ପାଇଁ ଭାରତର ମହତ୍ତ୍ୱକୁ ନଷ୍ଟ କରିଦେବ କି? ମୁଁ ଭୂମିକମ୍ପ, ମରୁଡ଼ି, ଅବନତି, ଯୁଦ୍ଧ ଏବଂ ଆତଙ୍କବାଦୀ ଆକ୍ରମଣ ବହୁ ଥର ଦେଖିଛି । ମୁଁ କେବଳ ଏହା କହିବି ଯେ, ଭାରତ ବିରୋଧରେ ସର୍ତ୍ତ ଲଗାନ୍ତୁ ନାହିଁ ।’

ଆନନ୍ଦ ମହିନ୍ଦ୍ରାଙ୍କ ଏପରି ଟ୍ୱିଟ ଏପରି ସମୟରେ ଆସିଛି, ଯେଉଁ ସମୟରେ ଆମେରିକାର କମ୍ପାନୀ ହିଡ଼େନବର୍ଗର ରିପୋର୍ଟ ଆସିବା ପରେ ଗୌତମ ଅଦାନୀ ସମୂହ ସଂକଟରେ ଅଛନ୍ତି । ସମୂହ କମ୍ପାନୀ ଗୁଡ଼ିକର ସେୟାର ଲଗାତାର କମିବାରେ ଲାଗିଛି । ଏହି କାରଣରୁ ସମୂହ କମ୍ପାନୀର ୧୦୮ ବିଲିୟନ ଡଲାର କ୍ଷତି ହୋଇ ସାରିଛି ।

ସେଥିପାଇଁ ଗୌତମ ଅଦାନୀ ଦୁନିଆର ଟପ୍ ୨୦ ଧନୀ ବ୍ୟକ୍ତିଙ୍କ ସୂଚୀରୁ ବାହାରି ଯାଇଛନ୍ତି । ଏହାରି ମଧ୍ୟରେ ଅଦାନୀ ସମୂହ ଉପରେ ସରକାରଙ୍କ କଡା ନୀତି ଜାରି ରହିଛି । ଗୌତମ ଅଦାନୀ ସମୂହରେ କିଛି ରେଟିଙ୍ଗ ଏଜେନ୍ସି ଏବଂ ସମୂହରେ ଦାବି ଲଗାଇବା ବିଦେଶୀ କମ୍ପାନୀ ମାନଙ୍କର ଭରଷା ରହିଛି ।

Get real time updates directly on you device, subscribe now.