ପ୍ରେମ ନିବେଦନ କଲା; ମନା କରିବାରୁ ମନ୍ଦିର ଡାକି ବାନ୍ଧିଦେଇ ଫଟୋ ଉଠାଇଲା
୧୯ ବର୍ଷୀୟା ଯୁବତୀ ଚେବ୍ରୋଲୁ ଇଞ୍ଜିନିୟରିଂ କଲେଜରେ ଇଞ୍ଜିନିୟରିଂ ପଢ଼ୁଛନ୍ତି। ସେ ପ୍ରତିଦିନ ଘରୁ କଲେଜ ଯିବା ଆସିବା କରନ୍ତି
ହାଇଦ୍ରାବାଦ: ଏକତରଫା ପ୍ରେମିକର ଅଜବ କାଣ୍ଡ! ବିଚ୍ ରାସ୍ତାରେ ବାରମ୍ବାର ପ୍ରେମ ନିବେଦନ କଲା। ଛାତ୍ରୀ ଜଣକ ମନା କରିବାରୁ ତାଙ୍କୁ ମନ୍ଦିର ଡାକି ବାନ୍ଧି ଦେଲା। ତା’ପରେ ତାଙ୍କ ଫଟୋ ଉଠାଇ ଫେରାର ହୋଇଗଲା। ଏପରି ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ବାପଟ୍ଲା ଜିଲ୍ଲା ଚୁନ୍ଦୁର ଗାଁର ୧୯ ବର୍ଷୀୟା ଯୁବତୀ ଚେବ୍ରୋଲୁ ଇଞ୍ଜିନିୟରିଂ କଲେଜରେ ଇଞ୍ଜିନିୟରିଂ ପଢ଼ୁଛନ୍ତି। ସେ ପ୍ରତିଦିନ ଘରୁ କଲେଜ ଯିବା ଆସିବା କରନ୍ତି। ହେଲେ ଗତ କିଛି ଦିନ ହେବ ତାଙ୍କୁ ଜଣେ ୩୨ ବର୍ଷୀୟ ଯୁବକ ଶିବ କୋଟେଶ୍ୱର ରାଓ ପିଛା କରୁଥିଲା। ଆଉ ତାଙ୍କୁ ପ୍ରପୋଜ ମାରୁଥିଲା। ଛାତ୍ରୀ ଜଣକ ତାଙ୍କ ପ୍ରେମ ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ। ଯେଉଁଥିପାଇଁ ଅଡୁଆରେ ପଡ଼ିଯାଇଥିଲେ।
Uttarakhand Govt.
ହେଲେ ଝିଅଟି ଏ ସମ୍ପର୍କରେ ନିଜ ଘରେ କହିପାରୁନଥିଲେ। ସେ ଭଲ ଭାବେ ଜାଣିଥିଲେ ପରିବାର ଲୋକେ ଜାଣିଲେ ପାଠ ପଢ଼ା ବନ୍ଦ କରିଦେବେ। ତେଣୁ କୋଟେଶ୍ୱର ରାଓଙ୍କ ସବୁ ଅପଦସ୍ତକୁ ସହି ଯାଉଥିଲେ। କେବେ କାହା ପାଖରେ ଏ ବିଷୟରେ କହିବାକୁ ସାହାସ କରିପାରୁନଥିଲେ। ତେବେ ଗତ ୧୮ ତାରିଖରେ ଛାତ୍ରୀଙ୍କ ପାଖକୁ କୋଟେଶ୍ୱର ରାଓ ଫୋନ୍ କରିଥିଲେ।
ଚେବ୍ରୋଲୁ ବ୍ରହ୍ମା ମନ୍ଦିରକୁ ଆସିବା ପାଇଁ କହିଥିଲେ। ହେଲେ ଛାତ୍ରୀ ଜଣକ ମନା କରିବାରୁ ଫଟୋ ଭାଇରାଲ କରିଦେବାର ଧମକ ଦେଇଥିଲା। କେବଳ ଏତିକି ନୁହେଁ, ରାସ୍ତାରେ ଗଲା ବେଳେ ଏସିଡ ମାଡ଼ କରିବ ବୋଲି କୋଟେଶ୍ୱର ରାଓ କହିଥିଲା। ଏହା ପରେ ଛାତ୍ରୀ ଜଣକ ଭୟଭୀତ ହୋଇଯାଇଥିଲା। ବାଧ୍ୟ ହୋଇ ବ୍ରହ୍ମା ମନ୍ଦିରକୁ ଯାଇଥିଲେ। ଛାତ୍ରୀ ମନ୍ଦିରରେ ପହଞ୍ଚିବା ପରେ ତାଙ୍କ ବେକକୁ ଦୌଡ଼ିରେ ବାନ୍ଧି ଦେଇଥିଲା। ତା’ପରେ ତାଙ୍କର ଫଟୋ ଉଠାଇ ଥିଲା। ପରେ ସେଠାରୁ ଫେରାର ହୋଇ ଯାଇଥିଲା।
କୋଟେଶ୍ୱର ରାଓଙ୍କ କବଳରୁ ମୁକୁଳିବା ପରେ କାନ୍ଦି କାନ୍ଦି ଘରେ ପହଞ୍ଚିଥିଲେ ଛାତ୍ରୀ। ଆଉ ପୂରା ଘଟଣା ପରିବାର ଲୋକଙ୍କୁ କହିଥିଲେ। ଏନେଇ ଛାତ୍ରୀଙ୍କ ବାପା ପ୍ରେମିକ ପ୍ରବଳ ଶିବ କୋଟେଶ୍ୱର ରାଓଙ୍କ ବିରୋଧରେ ଚେବ୍ରୋଲୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

