ଦେଶରେ ଅଣାୟତ ହେଲା କୋଭିଡ୍ କେସ୍, ଗଲାଣି ଜୀବନ, ବଢ଼ିଲା ସରକାରଙ୍କ ଚିନ୍ତା, ପୁଣି ହେବ ଲକଡାଉନ୍
ଦେଶରେ ଅଣାୟତ ହେଲା କୋଭିଡ୍ କେସ୍, ଗଲାଣି ଜୀବନ
ଓଡ଼ିଶା ଭାସ୍କର ଡେସ୍କ: ଆନ୍ଧ୍ରପ୍ରଦେଶରେ ପୁଣିଥରେ କୋଭିଡ୍-୧୯ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଗତ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟର ୪ଟି ଭିନ୍ନ ଭିନ୍ନ ଜିଲ୍ଲାରୁ ୧୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪ ଜଣ ସଂକ୍ରମିତଙ୍କ ଜୀବନ ମଧ୍ୟ ଯାଇଛି । ତେବେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ, ଏଥିପାଇଁ ସାଧାରଣ ଜନତା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।
ମୃତ୍ୟୁର ମୁଖ୍ୟ କାରଣ ପୁରୁଣା ରୋଗ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସଚିବ ବୀରା ପାଣ୍ଡିଆନଙ୍କ ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ୪ ଜଣ ରୋଗୀ ପୂର୍ବରୁ ହିଁ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ । ସେମାନଙ୍କର ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ଜନିତ ପୁରୁଣା ସମସ୍ୟା ରହିଥିଲା ।
କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ: ଜୁନ୍ ୨୬ ରୁ ଜୁଲାଇ ୧୫ ମଧ୍ୟରେ ରାଜ୍ୟରେ ମୋଟ୍ ୬୭ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା, ଯେଉଁଥିରୁ ୧୨ ଜଣ ପଜିଟିଭ୍ ବାହାରିଛନ୍ତି । କାକିନାଡାର ଜଣେ ରୋଗୀଙ୍କ ଟେଷ୍ଟ ତାମିଲନାଡୁର ଭେଲୋରଠାରେ ହୋଇଥିଲା ।
ସେହିପରି କଡ଼ପ୍ପା ଜିଲ୍ଲାରେ ୮ ଜଣ ରୋଗୀ, ଗୁଣ୍ଟୁରରେ ୨ ଜଣ ରୋଗୀ, ବିଶାଖାପଟ୍ଟନମ ଓ କାକିନାଡାରେ ଜଣେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ଵାସନାର କଥା ଏହା ଯେ, ଏହି ସମସ୍ତ ମାମଲା ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକାଧିକ ରୋଗୀ ମିଳିନାହାନ୍ତି, ଯାହା ସୂଚାଉଛି ଯେ ବର୍ତ୍ତମାନ କରୋନାର କୌଣସି ‘କ୍ଲଷ୍ଟର’ ତିଆରି ହୋଇନାହିଁ ।
Uttarakhand Govt.
ସଂକ୍ରମିତଙ୍କ ବର୍ତ୍ତମାନର ସ୍ଥିତି: ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏବେ ହୋମ୍ ଆଇସୋଲେସନରେ ୩ ଜଣ ଥିବା ବେଳେ ଡାକ୍ତରଖାନାରେ ୨ଜଣ ଭର୍ତ୍ତି ହୋଇଛନ୍ତି ଏବଂ ସୁସ୍ଥ ହୋଇ ୩ ଜଣ ଡିସଚାର୍ଜ ହୋଇଛନ୍ତି । ତେବେ ଏଯାବତ୍ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି ।
ଭୂତାଣୁର ନୂଆ ଭାରିଏଣ୍ଟ ଚିହ୍ନଟ କରିବା ପାଇଁ ଜୁଲାଇ ୯ ରେ ୫ଟି ସାମ୍ପଲ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ଲ୍ୟାବ୍କୁ ପଠାଯାଇଛି ।
ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତି: ଜୁଲାଇ ୧ ତାରିଖରୁ ଏପର୍ଯ୍ୟନ୍ତ ସମଗ୍ର ଦେଶରେ କରୋନାର ପ୍ରାୟ ୩୩୯ ଟି ନୂଆ ମାମଲା ସାମ୍ନାକୁ ଆସି ସାରିଛି । କିଛି ପ୍ରମୁଖ ରାଜ୍ୟର ସ୍ଥିତି ଏଭଳି ରହିଛି..
|
ରାଜ୍ୟ |
ଆକ୍ରାନ୍ତଙ୍କ ସଂଖ୍ୟା |
| କେରଳ | ୧୧୫ କେସ୍ |
| କର୍ଣ୍ଣାଟକ | ୬୪ କେସ୍ |
| ମହାରାଷ୍ଟ୍ର | ୪୩ କେସ୍ |
| ତାମିଲନାଡୁ | ୩୯ କେସ୍ |
| ଆଣ୍ଡାମାନ-ନିକୋବର | ୧୮ କେସ୍ |
| ଦିଲ୍ଲୀ | ୧୮ କେସ୍ |
| ରାଜସ୍ଥାନ | ୧୨ କେସ୍ |
ସତର୍କ ରହିବାକୁ ଅପିଲ୍: ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟ କୁମାର ଯାଦବ କହିଛନ୍ତି ଯେ, ସରକାର ସମ୍ପୂର୍ଣ୍ଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସମସ୍ତ ସରକାରୀ ହସ୍ପିଟାଲ, ଡାକ୍ତର ଏବଂ ମେଡିକାଲ ଷ୍ଟାଫ୍ଙ୍କୁ ଆଲର୍ଟ କରାଯାଇଛି । ସେ ଜନସାଧାରଣଙ୍କୁ ଆତଙ୍କିତ ନହୋଇ କେବଳ ଜରୁରୀ ସାବଧାନତା ଅବଲମ୍ବନ କରିବାକୁ ଏବଂ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ କରିଛନ୍ତି ।

