ଶାରୀରିକ ସମ୍ପର୍କ ରଖିଲା; ପିଲା ଜନ୍ମ ପରେ ମାରି ଟ୍ରଲି ବ୍ୟାଗରେ ପୂରାଇ ଫିଙ୍ଗିଦେଲା!
ପିଲା ଜନ୍ମ ହେବା ପରେ ସୁରେଶଙ୍କ ଟେନ୍ସନ ବଢ଼ି ଯାଇଥିଲା। ବାରମ୍ବାର ବାହା ହେବା ପାଇଁ ଯୁବତୀ ଜଣକ ଚାପ ପକାଉଥିଲେ। ହେଲେ ବିବାହ କରିବାକୁ ମନା କରୁଥିଲେ ସୁରେଶ
ବିଶାଖାପାଟଣା: ପତ୍ନୀଙ୍କ ସେବା କରିବା ପାଇଁ ଘରକୁ ନେଲା। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲା। ପିଲା ଜନ୍ମ ହେବା ପରେ ବାହା ହେବା ପାଇଁ ଜିଦ୍ ଧରିବାରୁ ଯୁବତୀଙ୍କୁ ମର୍ଡ କଲା! ପରେ ମୃତଦେହକୁ ଟ୍ରଲି ବ୍ୟାଗରେ ପୂରାଇ ଓଡ଼ିଶାର ଜଙ୍ଗଲରେ ଫିଙ୍ଗିଦେଲା। ଏପରି ଲଭ-ସେକ୍ସ-ଧୋକାର କାହାଣୀ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ। ଓଡ଼ିଶା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବିଶାଖାପାଟଣାର କଞ୍ଚରାପାଲେମ ଥାନା ଦୁର୍ଗା ନଗର ସେଟ୍ଟି ସୁରେଶ ଜଣେ ଅଟୋ ଚାଳକ। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ପରିବାର କହିଲେ ପତ୍ନୀ ଓ ଅନ୍ୟମାନେ ଅଛନ୍ତି। ବର୍ତ୍ତମାନ ତାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି। ପତ୍ନୀଙ୍କ ଦେଖାରଖା କରିବା ପାଇଁ କିଛି ଦିନ ତଳେ ଷ୍ଟେସନରେ ଭିକ ମାଗୁଥିବା ଜଣେ ଯୁବତୀଙ୍କୁ ଘରକୁ ଆଣିଥିଲେ।
ଯୁବତୀ ଜଣକ ନିରାଶ୍ରୟା ଥିଲେ। ସେ ପ୍ରତିଦିନ ସୁରେଶଙ୍କ ଘରେ କାମ କରୁଥିଲେ। ସାମ ସାରିବା ପରେ ନିଜ ଭଡ଼ା ଘରକୁ ଫେରି ଯାଉଥିଲେ। ଏହାରି ଭିତରେ ଉଭୟଙ୍କ ଭିତରେ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କ ସହିତ ସୁରେଶ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଯାହାଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇଯାଇଥିଲେ। ମାର୍ଚ୍ଚ ୨୪ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।
ପିଲା ଜନ୍ମ ହେବା ପରେ ସୁରେଶଙ୍କ ଟେନ୍ସନ ବଢ଼ି ଯାଇଥିଲା। ବାରମ୍ବାର ବାହା ହେବା ପାଇଁ ଯୁବତୀ ଜଣକ ଚାପ ପକାଉଥିଲେ। ହେଲେ ବିବାହ କରିବାକୁ ମନା କରୁଥିଲେ ସୁରେଶ। ଏ ସମ୍ପର୍କରେ ସୁରେଶଙ୍କ ପରିବାର ଲୋକଙ୍କୁ କହିଦେବ ବୋଲି ଯୁବତୀ ଜଣକ ଧମକ ଦେଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା।
Uttarakhand Govt.
ଅଭିଯୋଗ ଅନୁଯାୟୀ, ଜୁଲାଇ ୧୫ ସକାଳେ ଯୁବତୀ ସୁରେଶଙ୍କ ଘରକୁ ଆସିଥିଲେ। ସେତେବେଳେ ଘରେ କେହି ନଥିଲେ। ଯୁବତୀଙ୍କୁ ଦେଇ ତାତି ଯାଇଥିଲେ ସୁରେଶ। ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଯୁକ୍ତିତର୍କ ଭିତରେ ସୁରେଶ ତାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସୁରେଶଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲେ। ମୃତଦେହକୁ କେମିତି ଗାଏବ କରିବେ ସେହି ଚିନ୍ତାରେ ପଡ଼ି ଯାଇଥିଲେ।
ଅଭିଯୋଗ ଅନୁସାରେ ସୁରେଶ ମୃତଦେହକୁ ଏକ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ରଖିଥିଲା। ପରବର୍ତ୍ତୀ ସମୟରେ ସେହି ଟ୍ରଲି ବ୍ୟାଗକୁ ଧରି ଜ୍ଞାନପୁରମ ରେଳ ଷ୍ଟେସନକୁ ଯାଇଥିଲେ। ସେଠାରୁ ଇଣ୍ଟରସିଟି ଏକ୍ସପ୍ରେସରେ ଚଢ଼ି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଓଡ଼ିଶା ରାୟଗଡ଼ାରେ ପହଞ୍ଚି ଥିଲା। ପରେ ସେ ଚନ୍ଦିଲି ଥାନା ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଟ୍ରଲି ବ୍ୟାଗଟିକୁ ଫିଙ୍ଗି ଦେଇ ଅନ୍ୟ ଏକ ଟ୍ରେନରେ ସେହି ରାତିରେ ବିଶାଖାପାଟଣାକୁ ଫେରି ଆସିଥିଲେ।
ତିନି ଦିନ ପରେ ସ୍ଥାନୀୟ ଲୋକେ ପରିତ୍ୟକ୍ତ ଟ୍ରଲି ବ୍ୟାଗରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା।
ମୋବାଇଲ ଫୋନ ଟାୱାର ଲୋକେସନ ଓ କଲ୍ ଡାଟା ରେକର୍ଡ ଭଳି ବୈଷୟିକ ପ୍ରମାଣ ଆଧାରରେ ତଦନ୍ତକାରୀମାନେ ଅଭିଯୁକ୍ତଙ୍କ ଗତିବିଧି ଚିହ୍ନଟ କରିଥିଲେ। ସୁରେଶଙ୍କୁ ମୁଖ୍ୟ ସନ୍ଦିଗ୍ଧ ଭାବେ ଚିହ୍ନଟ କରିଥିଲେ।
ଗୁରୁବାର ଓଡ଼ିଶା ପୋଲିସର ଏକ ଟିମ୍ ବିଶାଖାପାଟଣାରେ ପହଞ୍ଚି କଞ୍ଚରାପାଲେମ ପୋଲିସର ସହଯୋଗରେ ସୁରେଶଙ୍କୁ ହେପାଜତକୁ ନେଇଥିଲା। ପରବର୍ତ୍ତୀ ତଦନ୍ତ ପାଇଁ ତାଙ୍କୁ ଚନ୍ଦିଲି ଥାନାକୁ ଅଣାଯାଇଛି।

