fbpx

୧୫ ରୁ ଆରମ୍ଭ ହେବ ବାର୍ଷିକ ନାଟକ ପରିକ୍ରମା 2022: ୩ ଦିନ ଧରି ହେବ ନାଟକ ପରିବେଷଣ

ଭୁବନେଶ୍ୱରର ସର୍ବପୁରାତନ ନାଟ୍ୟ ସଂସ୍ଥା ଉତ୍ତରପୁରୁଷ ଦ୍ୱାରା ଉକ୍ରଳ କରାଟେ ସ୍କୁଲ ପରିସରରେ ମଣମାଧ୍ୟମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଜାନୁଆରୀ ୧୫ ରୁ ଆରମ୍ଭ ହେବାକୁ ଥିବା ସଂସ୍ଥାର ବାର୍ଷିକ ନାଟକ ପରିକ୍ରମା ପ୍ରସଙ୍ଗରେ ସୂଚନା ଦିଆଯାଇଛି ।

ଶନିବାରଠାରୁ ଆରମ୍ଭ ହୋଇ ୩ ଦିନ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ଟା ୩୦ରେ ନାଟକ ପରିବେଷଣ କରାଯିବ । ପ୍ରତିିଦିନ ଗୋଟିଏ ଅନୁବାଦ ନାଟକ ଏବଂ ୨ଟି ମୌଳିକ ଓଡ଼ିଆ ନାଟକ ପରିବେଷଣ କରାଯିବ । ସମସ୍ତ ନାଟକ ସଂସ୍ଥାର ନିଜସ୍ୱ କଳାକାରମାନଙ୍କ ଦ୍ୱାରା ଅଭିନୟ ଏବଂ ନିର୍ଦ୍ଦେଶିତ ହେବ ।

ଏହାସହ ମଣ୍ଡପରେ ସଂପୂର୍ଣ୍ଣ କୋଭିଡ୍ କଟକଣା  ସହ ନାଟକ ପ୍ରଦର୍ଶନ କରାଯିବାନେଇ କୁହାଯାଇଛି । ଏହାସହ ମାସ୍କ ପିନ୍ଧି ନାଟକ ଦେଖିବାକୁ ଆସିବା ପାଇଁ ସଂସ୍ଥାର ସମ୍ପାଦକ ଦେବଦତ୍ତ ପତି ଅନୁରୋଧ କରିଛନ୍ତି । ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ସଂସ୍ଥାର ଉପ ସଭାପତି ଚିତ୍ତରଞ୍ଜନ ସ୍ୱାଇଁ ଓ ସୌମ୍ୟରଞ୍ଜନ ମିଶ୍ର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.