fbpx

ପିଏମ ଆବାସ ଯୋଜନାରେ ମିଳିପାରେ ଆଉ ଏକ ବଡ଼ ସୁବିଧା, ଜାଣନ୍ତୁ କ’ଣ ଫାଇଦା

ନୂଆଦିଲ୍ଲୀ: ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପୁଣି ଥରେ ଲଞ୍ଚ କରିବାକୁ ନେଇ ସରକାରଙ୍କ ନିକଟରେ ଦାବି କରିଛି ଶିଳ୍ପ ସଂଗଠନ ସିଆଇଆଇ । ଏହା ଅଧୀନରେ ସିଆଇଆଇ ଦାବି କରିଛି ଯେ, ଏଥିରେ ଜୀବନ ବୀମା ସୁବିଧାକୁ ବାଧ୍ୟତାମୂଳକ କରାଯାଉ । ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋନ୍ ନେଇଥିବା ହିତାଧିକାରୀଙ୍କ ପାଇଁ ବାଧ୍ୟତାମୂଳକ ଭାବେ ବୀମା ସୁବିଧା ଯୋଗାଇଦେବାକୁ ଦାବି ହୋଇଛି ।

ତେବେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଦେଶର ସମସ୍ତ ଲୋକଙ୍କୁ ଘର ଦେବାର ଯୋଜନା କରିଛନ୍ତି । ଏହା ଅଧିନରେ ଯଦି ଋଣଗ୍ରହୀତାଙ୍କ ମୃତ୍ୟୁ ହୁଏ ବା ବିକଳାଙ୍ଗ ହୁଅନ୍ତି, ତେବେ ତାଙ୍କ ଘରର ସ୍ୱପ୍ନକୁ ସାକାର କରିବା ପାଇଁ ଲୋନ୍ ଦେବା ସହିତ ଜୀବନ ବୀମାର ସୁବିଧା ଦେବାକୁ ସରକାରଙ୍କ ନିକଟରେ ଦାବି ହୋେଇଛି । କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରେ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହା ଅଧୀନରେ କେନ୍ଦ୍ର ସରକାର ୨୦୨୨ ବର୍ଷ ଅର୍ଥାତ୍ ଦେଶର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ଗୃହ ଯୋଗାଇବା ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି ।

Get real time updates directly on you device, subscribe now.