ପଛକୁ ପଛ ପୁଣି ଆସୁଛି ଆଉ ଏକ ଲଘୁଚାପ! ଚାଷୀଙ୍କ ଖୁସି କହିଲେ ନସରେ

୧୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ ସମ୍ଭାବନା।

ଓଡିଶାଭାସ୍କର: ଗୋଟେ ଲଘୁଚାପର ପ୍ରଭାବ ନସରୁଣୁ ମାଡ଼ି ଆସିଲାଣି ଆଉ ଏକ ଲଘୁଚାପ ବର୍ଷା। ଗତ ୩ ରୁ ୪ ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଉ ଏକ ଲଘୁଚାପ ଆସୁଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ସୂଚନାନୁସାରେ, ଆସନ୍ତା ୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୫ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ପ୍ରଭାବରେ ପୁଣି ଥରେ ବର୍ଷା ଲାଗି ରହିବ।

ହେଲେ କେଉଁ ଜିଲ୍ଲାକୁ କେତେ ପରିମାଣର ବର୍ଷା ହେବ ଏବଂ କେଉଁ ଜିଲ୍ଲା ଉପରେ ଅଧିକ ପ୍ରଭାବ ପଡ଼ିବ ସେନେଇ କୌଣସି ସ୍ପଷ୍ଟତା ପ୍ରକାଶ ପାଇନାହିଁ।

ତେବେ ଯଦି ଦେଖିବା ଏବେ ବି ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଫଳରେ ୮ଟି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ହେଲେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର।

ତେବେ ସେ ଯାହା ହେଉନା କାହିଁକି ଲଘୁଚାପ ବର୍ଷା କିନ୍ତୁ ଚାଷୀଙ୍କ ମନରେ ଟିକିଏ ଖୁସି ଆଣିଛି। ଯେହେତୁ ଏବେ ଚାଷ କାମ ଆରମ୍ଭ ହେଉଛି, ତେଣୁ ବର୍ଷା ଚାଷୀଙ୍କ ପାଇଁ ଏକ ବରଦାନ ସାଜିଛି।