fbpx

ଅନ୍ତରା ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଶାନ୍ତିରାଜ ସ୍ମୃତି ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ନିକଟସ୍ଥ ପ୍ରେସ୍ କ୍ଲବ୍‌ ପରିସରରେ ଅନୁଷ୍ଠିତ ଶାନ୍ତିରାଜ ସ୍ମୃତି ସନ୍ଧ୍ୟାରେ ଯୋଗଦେଇ ବହୁ କଳାକାର ଏବଂ ଶାନ୍ତିରାଜ ପ୍ରେମୀ ଶ୍ରେତାମାନେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ସନ୍ଧ୍ୟାରେ ପ୍ରଥମ ‘ଶାନ୍ତିରାଜ ସ୍ମୃତି ସମ୍ମାନ’ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତାଙ୍କୁ ପ୍ରଦାନ କରାଯାଇଥିଲା ଏହା ବ୍ୟତୀତ ନମିତା ଅଗ୍ରୱାଲ, କୁମାର ବାପି ଓ ବାବୁଲ ସୁପ୍ରିୟୋଙ୍କୁ ମଧ୍ୟ ସମ୍ମାନିତ କରାଗଲା । ଶାନ୍ତିରାଜଙ୍କୁ ଝୁରି ହେଉଥିବା ସଙ୍ଗୀତପ୍ରେମୀମାନେ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାକୁ ଏକ ଭିନ୍ନ ପ୍ରୟାସ କରିଥିଲେ। ପ୍ରଦୀପ ସାହୁ, ଶାଶ୍ବତୀ ସାହୁ, ମୋନାଲିସା ପଣ୍ଡା, ନିହାର ଆଚାର୍ୟ୍ୟ, ସୁଶ୍ରୀ ଅନ୍ତରା ଚକ୍ରବର୍ତ୍ତୀ, ନରେନ୍ଦ୍ର କୁମାର ମିଶ୍ର, ପ୍ରାଞ୍ଜଲ, ସୁବ୍ରତ ଏବଂ ସ୍ବତନ୍ତ୍ର ଭାବେ ଗୀତିକାର ମୋହିତ ଚକ୍ରବର୍ତ୍ତୀ ଏହି କାର୍ୟ୍ୟକ୍ରମ ଆୟୋଜନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ଉପସ୍ଥାପନା କରିଥିଲେ ଜଗଦୀଶ ଅଧିକାରୀ, ସଂଜୟ ନାୟକ, ଶ୍ରୀକାନ୍ତ ଗୌତମ ଏବଂ ସୁସ୍ମିତା ଦାସ । ଶାନ୍ତିରାଜ ସୃତିସନ୍ଧ୍ୟାରେ ସିଦ୍ଧାର୍ଥ ମ୍ୟୁଜିକକୁ ଶାନ୍ତିରାଜ ଖୋସଲା ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଶାନ୍ତି ରାଜ ଖୋଲାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତି ଶେଷ କ୍ୟାସେଟ୍ ପ୍ରଦୀପ ସାହୁଙ୍କ ପରିକଳ୍ପନା ଓ ଗୀତ ରଚନାରେ ମ୍ୟୁଜିକ୍ ଭିଡିଓ ଝିପି ଝିପି ବର୍ଷା ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। କୁନ୍ଦନ କ୍ରିଏସନ୍ସ, ଲିସା କ୍ରିଏସନ୍ସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ ଏବଂ ମୁତ୍ ସୁଇଙ୍ଗ୍ ଓଡ଼ିଶା ପକ୍ଷରୁ ଏହି ସ୍ମୃତି ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଓଡ଼ିଶା ସଙ୍ଗୀତ ଜଗତର ପ୍ରତିଭାଧର ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ଶାନ୍ତିରାଜ ଖାସ୍‌ କୋଭିତ୍-୧୯ରେ ଆକ୍ରାନ୍ତ ହେଇ ତାଙ୍କର ଅକାଳ ବିୟୋଗ ହେଇଥିବାରୁ ଉପସ୍ଥିତ ଶାନ୍ତିରାଜପ୍ରେମୀ ଗଭୀର ଶୋକବ୍ୟକ୍ତ କରିଥିଲେ

Get real time updates directly on you device, subscribe now.