fbpx

ଯୌନ ସମ୍ବନ୍ଧଠାରୁ ଆଥଲେଟ୍ ମାନଙ୍କୁ ଦୂରେଇ ରଖିବାକୁ ବିତରଣ ହେଲା ଆଣ୍ଟି-ସେକ୍ସ ବେଡ୍, ଜାଣନ୍ତୁ କଣ ଏହା

ନୂଆଦିଲ୍ଲୀ: କିଛି ଦିନ ପରେ ଟୋକିଓ ଅଲିମ୍ପିକ୍ ଆରମ୍ଭ ହୋଇଯିବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ଖେଳ ଗାଁରେ ଖେଳାଳୀଙ୍କ ରହିବା ପାଇଁ କରାଯାଇଥିବା ପ୍ରସ୍ତୁତିକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଖେଳାଳୀଙ୍କ ପାଇର୍ ବିଛାଯାଇଥିବା ବେଡ୍ । ଏହାକୁ ଆଣ୍ଟି ସେକ୍ସ ବେଡ୍ କୁହାଯାଇଥାଏ । ଏହା ଖାସ୍ କରି ରଖାଯାଇଛି ଯାହା ଫଳରେ ଖେଳାଳୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହିପାରିବ । ସେମାନଙ୍କ ନିଜ ନିଜ ମଧ୍ୟରେ ମିଶିପାରିବେ ନାହିଁ । ପୂର୍ବରୁ ଏଠାରେ ଖୋଲାରେ ଆଥଲେଟ୍ ମାନେ ଯୌନ ସମ୍ବନ୍ଧ ରଖୁଥିବାକୁ ଚର୍ଚ୍ଚା ହେଉଥିଲା । ହେଲେ ଚଳିତ ଥର କରୋନା ମହାମାରୀ କାରଣରୁ ଆୟୋଜକ ମାନେ ଏହି ନୁତନ ପ୍ରୟାସ କରିଛନ୍ତି ।

ଚଳିତ ଥର କେବଳ ମାତ୍ର କରୋନାକୁ ଡରି ଏହି ଆଣ୍ଟିସେକ୍ସ ବେଡ୍ ର ବନ୍ଦୋବସ୍ତ କରାଯାଇଛି । କାରଣ ଏହି ସମୟରେ ଖେଳାଳୀ ଏବଂ ସାଧାରଣ ଲୋକ ଅଧିକ ନିକଟତର ଆସିଥାନ୍ତି । ଏବର୍ଷ ଆୟୋଜକ ମାନେ ଚାହୁଁନାହାନ୍ତି ଯେ, କାହାରିକୁ କୌଣସି ପ୍ରକାରର ଅସୁବିଧାର ସାମନା କରିବାକୁ ପଡ଼ୁ । ତେବେ ଯଦି ଏହି ଖାସ୍ ବେଡ୍ କଥା କହିବା ତେବେ ଏହା କାର୍ଡବୋର୍ଡ ରେ ତିଆରି ହୋଇଛି । ଯାହା ଏକ ହାରାହାରି ଓଜନ ସମ୍ଭାଳି ପାରିବ । ଅଧିକ ଓଜନ କିମ୍ବା ଦୁଇଟି ଲୋକ ଏହା ଉପରେ ରହିଲେ ଏହା ଭାଙ୍କିଯିବ । ତେବେ ଏହାକୁ ପ୍ରସ୍ତୁତି କରିଥିବା କମ୍ପାନୀ ମଧ୍ୟ ଦାବି କରିଛି ଯେ, ସେମାନେ ଏହାକୁ ପରିବେଶକୁ ଧ୍ୟାନରେ ରଖି କରିଛନ୍ତି ।

ତେବେ ବେଡ୍ କୁ କମ୍ପାନୀ ପକ୍ଷରୁ ୧୮ ହଜାର ତିଆରି କରାଯାଇଛି । ଖାସ୍ କରି ଖେଳାଳୀ ମାନଙ୍କ ପାଇଁ । ଖେଳ ସରିବା ପରେ ଏହି ବେଡ୍ ଗୁଡ଼ିକୁ କାରଖାନାକୁ ପଠାଇଦିଆଯିବ । ସେଠାରେ ଏହାକୁ ପେପର୍ ରେ ପରିଣତ କରାଯିବ । ତେବେ ଏହା ପାଖାପାଖି ୨୦୦ କିଲୋ ପର୍ଯ୍ୟନ୍ତ ଓଜନ ସମ୍ଭାଳିପାରିବ ଏବଂ ଅଧିକ ହଲଚଲ ହେଲେ ଏହା ଭାଙ୍ଗିଯିବାର ସମ୍ଭାବନା ଅଧିକ ରହିଛି । ତେଣୁ ଏହାକୁ ଆଣ୍ଟି ସେକ୍ସ ବେଡ୍ ଭାବେ କୁହାଯାଉଛି ।

ତେବେ ଏହାକୁ ନେଇ ଅନେକ ଖେଳାଳୀ ଅସନ୍ତୁଷ୍ଟ ରହିଛନ୍ତି । ସେମାନେ କହିଛନ୍ତି ଯେ, ଯଦି ରାତିରେ ଶୋଇବା ସମୟରେ ଏହା ଭାଙ୍ଗିଯାଏ ତେବେ ସେମାନେ କର ତଳେ ଶୋଇବେ । ଅନେକ ଖେଳାଳୀ ନେଇ ପ୍ରଶ୍ନ ଠିଆ କରିଛନ୍ତି । ଆହୁରି କିଛି ଜଣ କହିଛନ୍ତି ଯେ, ପତଳା ବେଡ୍ ରେ ଶୋଇବା ଦ୍ୱାରା ନିଦ ଠିକ୍ ସେ ହେବନି ଯାହାର ପ୍ରଭାବ ସେମାନଙ୍କ ଖେଳ ଉପରେ ପଡ଼ିପାରେ । ଅନ୍ୟପଟେ ଆୟୋଜକ ମାନେ କଡ଼ା ତାଗିଦ୍ କରି କହିଛନ୍ତି ଯେ, ଯେଉଁ ଖେଳାଳୀ ସାମାଜିକ ଦୁରତା ମାନିବେ ନାହିଁ ସେମାନଙ୍କୁ ଖେଳରୁ ବାହାର କରିଦିଆଯିବ ।

ଅଲିମ୍ପିକ୍ ସମୟରେ ସବୁଠାରୁ ପ୍ରଥମେ ଅର୍ଥାତ୍ ୮୦ ଦଶକରେ ଖେଳ ଗାଁରେ ଖେଳାଳୀ ମାନଙ୍କ ମଧ୍ୟରେ ଯୌନ ସମ୍ବନ୍ଧ କଥା ଚର୍ଚ୍ଚାରେ ରହୁଥିଲା । ତେଣୁ ଏହି ସମୟରେ ଯୌନ ରୋଗରୁ ସୁରକ୍ଷା ପାଇଁ କଣ୍ଡୋମ୍ ବିତରଣ କରାଯାଉଥିଲା । ଆଉ ଏହାପରଠାରୁ ପ୍ରତିଥର ଅଲିମ୍ପିକ୍ ସମୟରେ କେତେ ଲକ୍ଷ କଣ୍ଡୋମ ବଣ୍ଟାଯାଏ ତାହା ଚର୍ଚ୍ଚାକୁ ଆସେ । ହେଲେ ଚଳିତ ଥର କରୋନା ମହାମାରୀ ସାରା ବିଶ୍ୱରେ ବ୍ୟାପୁଥିବାରୁ ଆୟୋଜକ ମାନେ ଖାସ୍ ପ୍ରସ୍ତୁତି କରିଛନ୍ତି । ଏହି କ୍ରମରେ ୨୦୧୬ରେ ରିଓ ଅଲିମ୍ପିକ୍ ସମୟରେ ବ୍ରାଜିଲ୍ ପାଖାପାଖି ୯୦ ଲକ୍ଷ କଣ୍ଡୋମ୍ ବଣ୍ଟନ କରିଥିଲା ।

Get real time updates directly on you device, subscribe now.