fbpx

ଟିକା ନେଇ ବି ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି!

ଭୁବନେଶ୍ୱର,(ଓଡିଶା ଭାସ୍କର): ଟିକା ନେଲା ପରେ ବି ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି । ଟିକା ନେଲା ପରେ ରାଜ୍ୟରେ ୨୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ହେଉନି । ଜେନମ ସିକୁଏନସିଂ ବିଶ୍ଲେଷଣ ଆଧାରରେ ଭୁବନେଶ୍ୱର ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଗଷ୍ଟରେ ୬ ଶହ ସାମ୍ପଲ ନେଇ ଜେନମ ସିକୁଏନସିଂ କରାଯାଇଥିଲା । ସେଥିରୁ ୪୨୫ ଡେଲ୍ଟା ଓ ଅନ୍ୟ ସବୁ ଅଲଗା ଭାରିଆଣ୍ଟ ବାହାରିଥିଲା ।’

କିନ୍ତୁ କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନାହିଁ ବୋଲି ଆଇଏଲଏସ ନିଦ୍ଦେର୍ଶକ କହିଛନ୍ତି । ଡବଲ ଡୋଜ୍ ପରେ ତୃତୀୟ କି ବୁଷ୍ଟର ଡୋଜ୍ ଦେବା ନେଇ ଅନୁଧ୍ୟାନ ଚାଲିଛି । ସମାନ କି ଅନ୍ୟ କମ୍ପାନୀ ଟିକା ଦିଆଯିବ, ସେନେଇ ବିଶ୍ଲେଷଣ ଚାଲିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.