fbpx

ଅନୁଭବ-ବର୍ଷା ବିବାଦ: ବର୍ଷାଙ୍କ ସୁପ୍ରିମକୋର୍ଟ ଯିବା ଘଟଣାରେ କଣ କହିଲେ ଅନୁଭବଙ୍କ ଓକିଲ, ଜାଣନ୍ତୁ

କଟକ, ୧୯ା୯(ଓଡ଼ିଶା ଭାସ୍କର): ଓଲିଉଡ଼ ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟ ଯାଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଘଟଣାରେ ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ନିଜସ୍ୱ ଆୟ ରହିଛି । ତେଣୁ ଦିଲ୍ଲୀ ଆସି କେସ ଲଢ଼ିବାରେ କୌଣସି ସମସ୍ୟା ନାହିଁ । ଏହାସହ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ସୁପ୍ରିମକୋର୍ଟରୁ କଟକକୁ ସ୍ଥାନାନ୍ତର କରିବା ପାଇଁ ଆଜି ବର୍ଷା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କଟକର ଫାମିଲି କୋର୍ଟକୁ ସ୍ଥାନାନ୍ତର ପାଇଁ ସେ ଅନୁରୋଧ କରିଛନ୍ତିି । ଏହାସହ ମାମଲା ଲଢ଼ିବାକୁ ବର୍ଷା ଯାଇପାରିବେ ନାହିଁ ବୋଲି ପୂର୍ବରୁ ଜଣାଇଥିଲେ । ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ଆଇନୀଜୀବୀ ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇଥିଲେ ।

 

Get real time updates directly on you device, subscribe now.