fbpx

ପୁଣି ଏକ ଭିଡିଓ ଅପଲୋଡ କରି ନିଜ ଦୁଃଖ ବଖାଣିଲେ ଅନୁଭବ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଏବେ ବି ଚାଲିଛି । ଏହାରି ମଧ୍ୟରେ ଅନୁଭବ ମହାନ୍ତି ୟୁଟ୍ୟୁବରେ ପୁଣି ଏକ ଭିଡିଓ ଅପଲୋଡ କରିଛନ୍ତି । ସମ୍ପ୍ରତ୍ତି ସେ ଭୋଗୁଥିବା ନିଜ ଦୁଃଖର କଥା ଭିଡିଓରେ ବଖାଣିଛନ୍ତି ।

ଭିଡିଓରେ କାହାକୁ ଆକ୍ଷେପ ବା ଟାର୍ଗେଟ ନକରି ଅନୁଭବ ନିଜର ଦୁଃଖ ବଖାଣିଛନ୍ତି । ସେ କହିଛନ୍ତି ଯେ, ‘ମୋର ଏମିତି ଅବସ୍ଥା ହୋଇସାରିଲାଣି, ମୋତେ ମାରି ସାରିଲଣି । ମୋତେ ଆଉ ମରିବାକୁ ଡରାଅ ନାହିଁ ।’ ନିଜର ଅନେକ କିଛି କହିବାର ଅଛି ବୋଲି ଅନୁଭବ କହିଛନ୍ତି । ଦେଶର ସମ୍ବିଧାନ ଓ ଆଇନ ମୋର ମୁହଁ ବନ୍ଦ କରି ଦେଇଛି । ତାକୁ ଉଲ୍ଲଙ୍ଘନ କରି ଆଉ ବିବାଦରେ ଫସିବାକୁ ଚାହୁଁନି ବୋଲି ଅନୁଭବ କହିଛନ୍ତି ।

ନିକଟରେ ବାବା-ମାଆ ଅସୁସ୍ଥ ଥିବାରୁ ବର୍ଷା ତାଙ୍କର ପୈତୃକ ଘର ଛାଡ଼ନ୍ତୁ ବୋଲି କେନ୍ଦ୍ରାପଡ଼ା ସାଂସଦ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ କିଛିଦିନ ଧରି ଅନୁଭବ ସୋସିଆଲ ମିଡ଼ିଆରେ ଭିଡିଓ ଶେୟାର କରି ବର୍ଷାଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ବର୍ଷାଙ୍କ ପକ୍ଷରୁ ମଧ୍ୟ ସୋସିଆଲ ମିଡ଼ିଆରେ ଏନେଇ ଜବାବ ଦିଆଯାଇଥିଲା । ତେବେ ଆସନ୍ତା ଜୁଲାଇ ମାସ ୪ ତାରିଖ ପର୍ଯ୍ୟନ୍ତ ଷ୍ଟାର ଦମ୍ପତ୍ତି ସୋସିଆଲ ମିଡ଼ିଆରେ ପରସ୍ପର ବିରୋଧରେ ଆକ୍ଷେପମୂଳକ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବର୍ଷା-ଅନୁଭବଙ୍କ ସୋସିଆଲ ମିଡ଼ିଆ ଫାଇଟରେ ଲାଗିଥିଲା ରୋକ ।

Get real time updates directly on you device, subscribe now.